Upload Image

Upload Image

Breaking News

ଆଜିର ରାଶିଫଳ, ୧୦ ଜୁଲାଇ ୨୦୨୬, ଶୁକ୍ରବାର, ମା ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି


ମେଷ ରାଶି

ଏହି ରାଶିର ବ୍ୟକ୍ତିମାନେ ଆଜି ନିଜର ଛୋଟ ଭାଇଭଉଣୀଙ୍କଠାରୁ କିଛି ନୂଆ କଥା ଶିଖିବାକୁ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବା ସହ ବ୍ୟବସାୟରେ ଭଲ ମୁନାଫା ମିଳିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଜୀବନସାଥୀଙ୍କ ସହ ଉତ୍ତମ ସମୟ କଟିବ। ଆଜି ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସାଥ୍ ଦେବ, ତେଣୁ ଅନ୍ୟ କଥାରେ ନମାତି ନିଜ କର୍ମକ୍ଷେତ୍ରରେ ଆଗକୁ ବଢ଼ନ୍ତୁ। ଆପଣଙ୍କର ସମସ୍ତ ପୁରୁଣା ସମସ୍ୟାର ସମାଧାନ ହେବ। ପରିବାର ଲୋକଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଏହା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କୁ ଆଜି ଆୟ ବୃଦ୍ଧିର ନୂଆ ନୂଆ ସୁଯୋଗ ମିଳିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ ଏବଂ କର୍ମକ୍ଷେତ୍ରରେ ଆପଣ ବଡ଼ ସଫଳତା ପାଇବେ। ଆକସ୍ମିକ ଆର୍ଥିକ ଲାଭର ସମ୍ଭାବନା ରହିଛି, କିନ୍ତୁ ଆଜି କାହାକୁ ପଇସା ଧାର ଦେବା ସମୟରେ ସତର୍କ ରୁହନ୍ତୁ। ପାରିବାରିକ ଜୀବନରେ ଏକ ସୁଖଦ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ଏବଂ ଜୀବନସାଥୀଙ୍କୁ ସର୍ବାଧିକ ସମୟ ଦିଅନ୍ତୁ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶୁଭଫଳ ପାଇବେ। ସ୍ୱାସ୍ଥ୍ୟର ଉଚିତ ଯତ୍ନ ନିଅନ୍ତୁ।

ମିଥୁନ ରାଶି

ଏହି ରାଶିର ବ୍ୟକ୍ତିମାନେ ଆଜି ଘର ପାଇଁ କୌଣସି ନୂଆ ଆସବାବପତ୍ର ବା ସାମଗ୍ରୀ କ୍ରୟ କରିବାକୁ ଯୋଜନା କରିବେ। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଯାହାଦ୍ୱାରା ଆପଣଙ୍କର ମାନସିକ ଚିନ୍ତା ବହୁ ପରିମାଣରେ ହ୍ରାସ ପାଇବ। ବ୍ୟବସାୟରେ ଭଲ ଲାଭର ଯୋଗ ଅଛି ଏବଂ ସାଂସାରିକ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ ବଳରେ ସଫଳତା ପାଇବେ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଯୋଗୁଁ ଶରୀର ସାମାନ୍ୟ କ୍ଳାନ୍ତ ବା ଅସୁସ୍ଥ ହୋଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କର୍କଟ ରାଶି

ଆଜି କାର୍ଯ୍ୟାଳୟରେ କାମର ବ୍ୟସ୍ତତା ଅଧିକ ରହିବ, କିନ୍ତୁ ଆପଣଙ୍କ ପରିଶ୍ରମର ସଠିକ ଫଳ ମିଳିବ। ଏହାଦ୍ୱାରା ଆପଣ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ। ପରିବାର ଏବଂ ସାଙ୍ଗସାଥିମାନଙ୍କ ସହ କୌଣସି ସୁନ୍ଦର ସ୍ଥାନକୁ ଭ୍ରମଣରେ ଯିବାର ସୁଯୋଗ ମିଳିବ ଏବଂ ଆପଣ ସ୍ୱାଦିଷ୍ଟ ଭୋଜନର ଆନନ୍ଦ ନେବେ। ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳ ହେବେ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।

ସିଂହ ରାଶି

ଏହି ରାଶିର ଲୋକମାନେ ଆଜି ପରିବାରର କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ବା ଉତ୍ସବରେ ଯୋଗ ଦେବେ। ଆନନ୍ଦ ଏବଂ ମନୋରଞ୍ଜନରେ ସମୟ ବିତାଇବା ପାଇଁ ଆଜି ଦିନଟି ବହୁତ ଭଲ। ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ ଏବଂ ଭଲ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କଲେ ଭବିଷ୍ୟତରେ ଆଗକୁ ବଢ଼ିପାରିବେ। ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ, ଯାହା ଆପଣଙ୍କର ଭବିଷ୍ୟତ ସଞ୍ଚୟରେ ବହୁତ କାମରେ ଆସିବ। ଯାତ୍ରା ଯୋଗ ମଧ୍ୟ ରହିଛି।

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ରହିବ। ପୂର୍ବରୁ କରିଥିବା ଚେଷ୍ଟା ଏବଂ ପରିଶ୍ରମର ଉଚିତ ଫଳ ଆଜି ପ୍ରାପ୍ତ ହେବ। ଅଫିସରେ କାମର ବ୍ୟସ୍ତତା ରହିଲେ ମଧ୍ୟ ସଫଳତା ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ମଜବୁତ ହେବା ସହ ବ୍ୟବସାୟରେ ବଡ଼ ଅଭିବୃଦ୍ଧି ଘଟିବ। ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ବଜାୟ ରହିବ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ଆପଣଙ୍କୁ ମିଳିବ।

ତୁଳା ରାଶି

ଆଜି ଆପଣଙ୍କ ଦିନଟି ବେଶ୍ ବ୍ୟସ୍ତବହୁଳ ରହିବ ଏବଂ ପ୍ରତିଟି କାର୍ଯ୍ୟରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆଜି କୌଣସି ପ୍ରକାରର ପ୍ରତାରକ କିମ୍ବା ଠକ ଲୋକଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ୍ ଭବିଷ୍ୟତରେ ବଡ଼ ଅସୁବିଧାରେ ପଡ଼ିପାରନ୍ତି। ପରିବାର ଲୋକଙ୍କ ଯତ୍ନ ନେବା ସହ ନିରୀହ ପଶୁପକ୍ଷୀଙ୍କ ସେବା କରନ୍ତୁ, ମନକୁ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ କିଛି ବାଧାବିଘ୍ନ ସୃଷ୍ଟି ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ଅଧିକ ସମୟ ବିତାଇବାକୁ ପ୍ରୟାସ କରନ୍ତୁ।

ବିଛା ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ପାରିବାରିକ ଜୀବନରେ ଏକ ସୁଖଦ ଓ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଘରର ସଦସ୍ୟମାନଙ୍କ ସହ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ ହେବ। ମନକୁ ସକାରାତ୍ମକ ରଖନ୍ତୁ ଏବଂ ମାନସିକ ଚିନ୍ତାରୁ ଦୂରରେ ରୁହନ୍ତୁ। ଆଜି ଆକସ୍ମିକ ଧନ ଲାଭର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଆପଣଙ୍କର ଚେଷ୍ଟା ନିଶ୍ଚିତ ସଫଳ ହେବ। ପଡ଼ୋଶୀମାନଙ୍କ ସହ ସମ୍ପର୍କ ମଧୁର ରହିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦିଅନ୍ତୁ।

ଧନୁ ରାଶି

ଆଜି ସମାଜରେ ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ଯଥେଷ୍ଟ ବୃଦ୍ଧି ପାଇବ। ପରିବାର ଲୋକଙ୍କ ସହ ଏକ ସୁଖଦ ଏବଂ ପ୍ରୀତିପୂର୍ଣ୍ଣ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନୋନିବେଶ କରି ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଆପଣ ଜୀବନସାଥୀଙ୍କ ସହ କୌଣସି ସୁନ୍ଦର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ବ୍ୟବସାୟରେ ମଧ୍ୟ ଆଶାଜନକ ଲାଭ ପ୍ରାପ୍ତ ହେବ।

ମକର ରାଶି

ଆଜି କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପୂର୍ବରୁ ଘରର ବୟସ୍କ ଏବଂ ଗୁରୁଜନମାନଙ୍କର ଆଶୀର୍ବାଦ ଓ ପରାମର୍ଶ ନିଶ୍ଚିତ ନିଅନ୍ତୁ, ଏହା ଅତ୍ୟନ୍ତ ଫଳଦାୟୀ ପ୍ରମାଣିତ ହେବ। ସାମାଜିକ ସ୍ତରରେ ନୂଆ ଲୋକଙ୍କ ସହ ବନ୍ଧୁତାର ହାତ ବଢ଼ାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟଯୋଜନା ଭବିଷ୍ୟତରେ ବଡ଼ ସଫଳତା ଆଣିଦେବ। ଛାତ୍ରଛାତ୍ରୀମାନେ ନିରନ୍ତର ପରିଶ୍ରମ ଦ୍ୱାରା ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନରେ କିଛି ସାମାନ୍ୟ ସମସ୍ୟା ଦେଖାଦେଇପାରେ, ତେଣୁ ଧୈର୍ଯ୍ୟର ସହ ତାହାର ସମାଧାନ କରନ୍ତୁ। କାମର ଚାପ ଯୋଗୁଁ ସ୍ୱାସ୍ଥ୍ୟ ବିଗିଡ଼ିପାରେ, ସତର୍କ ରୁହନ୍ତୁ।

କୁମ୍ଭ ରାଶି

ଯଦି ଆପଣ କାହାକୁ ମନେ ମନେ ଭଲ ପାଉଛନ୍ତି, ତେବେ ଆଜି ନିଜ ମନର କଥା ପ୍ରକାଶ କରିବା ପାଇଁ ଦିନଟି ସର୍ବୋତ୍ତମ। ନିଜ ଉପରେ ସମ୍ପୂର୍ଣ୍ଣ ଭରସା ଓ ଆତ୍ମବିଶ୍ୱାସ ରଖି ଆଗକୁ ବଢ଼ନ୍ତୁ। କଠିନ ପରିଶ୍ରମ ବଳରେ ଆପଣ ସମସ୍ତ କାର୍ଯ୍ୟରେ ସଫଳ ହେବେ ଏବଂ ଦିନଟି ଖୁସିରେ କଟିବ। ବ୍ୟବସାୟରେ ଉତ୍ତମ ଆର୍ଥିକ ଲାଭର ଯୋଗ ଅଛି। ସାମ୍ନାକୁ ଆସୁଥିବା ସୁଯୋଗଗୁଡ଼ିକର ସଠିକ ବ୍ୟବହାର କରନ୍ତୁ। କୌଣସି ବିବାଦ କିମ୍ବା ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଚେଷ୍ଟା କରନ୍ତୁ। ଶାରୀରିକ ସୁସ୍ଥତା ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ ରାଶି

ମୀନ ରାଶିର ବ୍ୟକ୍ତିମାନଙ୍କୁ ଆଜି ରୋଜଗାରର ନୂଆ ନୂଆ ମାଧ୍ୟମ ବା ଉପାୟ ମିଳିପାରେ। ଗୃହକୁ କୌଣସି ନୂଆ ଅତିଥିଙ୍କ ଆଗମନ ଯୋଗୁଁ ପରିବେଶ ଆନନ୍ଦମୟ ହେବ। ଆଜି ଆପଣ ଧାର୍ମିକ କାର୍ଯ୍ୟକ୍ରମ କିମ୍ବା କୌଣସି ସମାରୋହରେ ବ୍ୟସ୍ତ ରହିବେ। ପରିବାର ଏବଂ ଶୁଭେଚ୍ଛୁମାନଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଯଦି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହି ସମୟଟି ଅତ୍ୟନ୍ତ ଅନୁକୂଳ। ଦାମ୍ପତ୍ୟ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ନିଜ ଆତ୍ମବିଶ୍ୱାସକୁ ବଜାୟ ରଖି ଆଗକୁ ବଢ଼ନ୍ତୁ ଏବଂ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

Type and hit Enter to search

Close