Upload Image

Upload Image

Breaking News

ଆଜିର ରାଶିଫଳ ୩ ଏପ୍ରିଲ ୨୦୨୬ ଶୁକ୍ରବାର ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ ଟି ରାଶି ଉପରେ ହେବ ଧନଲାଭ


ମେଷ ରାଶି:

​ଆଜି ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବ, ଯାହା ଫଳରେ ମନ ପ୍ରଫୁଲ୍ଲ ରହିବ। ସମାଜରେ ଏବଂ କର୍ମକ୍ଷେତ୍ରରେ ଗୁରୁଜନ ତଥା ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କଠାରୁ ଆପଣଙ୍କୁ ଉଚିତ୍ ସମ୍ମାନ ଓ ସ୍ନେହ ମିଳିବ। ଚାକିରି କ୍ଷେତ୍ରରେ କର୍ମୋନ୍ନତି ସହ ବାସସ୍ଥାନ କିମ୍ବା ନୂତନ ଯାନବାହନ ପ୍ରାପ୍ତିର ଶୁଭ ଯୋଗ ରହିଛି। କୃଷିଜୀବୀ ମାନଙ୍କ ପାଇଁ ଦିନଟି ବିଶେଷ ଭାବେ ଫଳପ୍ରଦ ହେବ ଏବଂ ସରକାରୀ ସହାୟତା ମିଳିବାର ସମ୍ଭାବନା ଅଛି। ବ୍ୟବସାୟରେ ନାନା ପ୍ରକାର ସୁବିଧା ସୁଯୋଗ ମିଳିବା ସହ ପୁରୁଣା ବାକି ପଡ଼ିଥିବା ପ୍ରାପ୍ୟ ଆଦାୟ ହୋଇପାରିବ। ପରୀକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବିଜୟୀ ହେବେ। ମହିଳାମାନେ ଆଜି ନିକଟସ୍ଥ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ବେଶ୍ ଆନନ୍ଦ ଅନୁଭବ କରିବେ।

ବୃଷ ରାଶି:

​ବୃଷ ରାଶିର ବ୍ୟକ୍ତିମାନେ ଆଜି ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ସୁନାମ ଅର୍ଜନ କରିବେ। ଆନୁଷ୍ଠାନିକ କାର୍ଯ୍ୟରେ ଆପଣଙ୍କର ଦକ୍ଷତା ପାଇଁ ପ୍ରଶଂସା ମିଳିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହକର୍ମୀଙ୍କ ସହଯୋଗ ଦ୍ୱାରା ଆପଣ ସଫଳତାର ସହ ଆଗକୁ ବଢ଼ିବେ। ଦୀର୍ଘ ଦିନର ବାଦ-ବିବାଦ କିମ୍ବା ମାଲି ମୋକଦ୍ଦମାର ସନ୍ତୋଷଜନକ ଅବସାନ ଘଟିବ। ନୂତନ କାର୍ଯ୍ୟ ଆରମ୍ଭ କରି ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ଆପଣ ସମର୍ଥ ହେବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଶୈଳୀ ଉପରେ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ନଜର ପଡ଼ିପାରେ, ଯାହା ଭବିଷ୍ୟତ ପାଇଁ ଶୁଭ। ମହିଳାମାନେ ନିଜର ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଯୋଗୁଁ ସବୁଠି ଯଶ ଓ ସମ୍ମାନ ପାଇବେ।

ମିଥୁନ ରାଶି:

​କର୍ମକ୍ଷେତ୍ରରେ ଆଜି ଆପଣଙ୍କର ପ୍ରତିଭା ବିକଶିତ ହେବ ଏବଂ ଆପଣ ପ୍ରଶଂସିତ ହେବେ। ରାଜନୀତିରେ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇବା ସହ ଆପଣ କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ମହିଳାମାନଙ୍କର ଅନେକ ଦିନର ଉଚ୍ଚ ଆଶା ଆଜି ସଫଳ ହେବ। ତେବେ ପିଲାମାନଙ୍କର ଗତିବିଧି ଓ କାର୍ଯ୍ୟପ୍ରତି ଟିକେ ଦୃଷ୍ଟି ରଖିବା ଶ୍ରେୟସ୍କର ହେବ। ବ୍ୟବସାୟ ବାଣିଜ୍ୟରେ ଆଶାଜନକ ଉନ୍ନତି ଓ ଲାଭ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ।

କର୍କଟ ରାଶି:

​ଆଜି ବ୍ୟବସାୟରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ହେବା ସହ ଆପଣ ଯେକୌଣସି ନୂତନ କାର୍ଯ୍ୟରେ ହାତ ଦେଲେ ସଫଳତା ପାଇବେ। ବୈଷୟିକ ଅଭିବୃଦ୍ଧି ପାଇଁ ଆସୁଥିବା ସମସ୍ୟାଗୁଡ଼ିକର ସମାଧାନର ମାର୍ଗ ଆପେ ଆପେ ପ୍ରଶସ୍ତ ହେବ। ମାଲି ମୋକଦ୍ଦମାରେ ବିରୋଧୀମାନଙ୍କୁ ପରାସ୍ତ କରି ଆପଣ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଆଜି ଆମୋଦ-ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା କିମ୍ବା ବିଭିନ୍ନ ଛୋଟବଡ଼ ସଭାସମିତିରେ ଯୋଗ ଦେଇ ଦିନଟିକୁ ଅତିବାହିତ କରିବେ।

ସିଂହ ରାଶି:

​ବ୍ୟବସାୟରେ ଚାଲିଥିବା ସମସ୍ୟାଗୁଡ଼ିକ ଆଜି ଅନେକାଂଶରେ ହ୍ରାସ ପାଇବ। ପୁରୁଣା ବ୍ୟବସାୟରେ କିଛି ନୂତନ ଯୋଜନା ପ୍ରୟୋଗ କରିବା ଫଳରେ ଆପଣ ବିଶେଷ ଭାବେ ଲାଭବାନ୍ ହେବେ। ଆପଣଙ୍କ ଭିତରେ ଥିବା କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣଗୁଡ଼ିକର ବିକାଶ ଘଟିବ, ଯାହା ଲୋକଙ୍କୁ ଆକର୍ଷିତ କରିବ। ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ିବ। ସହକର୍ମୀମାନଙ୍କ ସହ ଥିବା ମତାନ୍ତର ବା ବାଦ-ବିବାଦର ଅବସାନ ଘଟିବ। ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସୁଫଳ ମିଳିବ ଏବଂ ଦୂର ଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ଆଜି ମନପସନ୍ଦର ଅଳଙ୍କାର କ୍ରୟ କରିପାରନ୍ତି ଏବଂ ନୂତନ ବନ୍ଧୁଙ୍କୁ ପାଇ ବେଶ୍ ଖୁସି ରହିବେ।

କନ୍ୟା ରାଶି:

​ଆଜି କୌଣସି କାର୍ଯ୍ୟ ପାଇଁ ଯାତ୍ରା କଲେ ସେଥିରୁ ବିଶେଷ ଭାବେ ଲାଭାନ୍ୱିତ ହେବେ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁ ବା ସହଯୋଗୀଙ୍କ କାର୍ଯ୍ୟରେ ଆପଣ ସନ୍ତୁଷ୍ଟ ରହିବେ। ନିଜ ପାଇଁ କିଛି ସମୟ ବାହାର କରି ଭୋଗ-ବିଳାସ ଓ ମନୋରଞ୍ଜନରେ ସାମିଲ ହେବାର ଅବସର ପାଇବେ। ଋଣମୁକ୍ତି ହେବା ପାଇଁ ଆପଣ କରିଥିବା ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବ। ପାରିପାର୍ଶ୍ୱିକ ବାତାବରଣ ପ୍ରତି ଆପଣଙ୍କର ସଚେତନତା ବୃଦ୍ଧି ପାଇବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖ ଶାନ୍ତିରେ ସମୟ କାଟିବେ। ରାଜନୀତିରେ ଲୋକ ସମ୍ପର୍କ ବଢ଼ିବା ସହ ନିଜର ମାନ-ସମ୍ମାନ ଓ ପଦ-ମର୍ଯ୍ୟାଦା ବୃଦ୍ଧି ପାଇବ।

ତୁଳା ରାଶି:

​ତୁଳା ରାଶିର ବ୍ୟବସାୟୀମାନେ ଆଜି କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବାର ଯୋଗ ଅଛି। କର୍ମକ୍ଷେତ୍ରରେ ଆପଣ ନିଜର ଦକ୍ଷତା ପ୍ରତିପାଦନ କରି ଉତ୍ତମ ରୋଜଗାର କରିପାରିବେ। ଅନେକ ଅପ୍ରତ୍ୟାଶିତ ସୂତ୍ରରୁ ଧନ ସମ୍ପତ୍ତି ପାଇବାର ସମ୍ଭାବନା ରହିଛି। ଚାକିରିଜୀବୀମାନଙ୍କ ଜୀବନରେ ଆଜି କିଛି ସକାରାତ୍ମକ ପରିବର୍ତ୍ତନର ଝଲକ ଦେଖାଦେବ। ବାଦ-ବିବାଦ ଓ ପୁରୁଣା ମାଲି-ମୋକଦ୍ଦମାର ସଫଳ ଅବସାନ ଘଟିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ ଏବଂ ଆପଣ ସଫଳତାର ସହ ଆଗକୁ ବଢ଼ିବେ।

ବିଛା ରାଶି:

​ବ୍ୟବସାୟ କ୍ଷେତ୍ରରେ ଆଜି ଉପଯୁକ୍ତ ପ୍ରସାର ଓ ପ୍ରଚାର ଫଳରେ ଆପଣ ଆଶାତୀତ ଲାଭ ପାଇବେ। ଆୟ ଉତ୍ତମ ରହିବ ଏବଂ ବ୍ୟୟ ହ୍ରାସ ପାଇବା ଫଳରେ ଆପଣଙ୍କର ସଞ୍ଚୟ ବୃଦ୍ଧି ପାଇବ। ଲୋକ ସମ୍ପର୍କ, ସମାଜସେବା ଏବଂ ଧାର୍ମିକ ଅନୁଷ୍ଠାନରୁ ଆପଣଙ୍କୁ ସମ୍ମାନ ମିଳିବ। ସରକାରୀ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ପ୍ରତିଷ୍ଠା ଓ ଗୌରବର ଅଧିକାରୀ ହେବେ। ମହିଳାମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଶୁଭ ଯୋଗ ରହିଛି। ମାଲି-ମୋକଦ୍ଦମାରେ ଆପଣଙ୍କର ଉତ୍ସାହ ବୃଦ୍ଧି ପାଇବ ଏବଂ ରାଜନୀତି ସ୍ତରରେ ଆପଣଙ୍କର ମୁଣ୍ଡ ସର୍ବଦା ଉଚ୍ଚା ରହିବ।

ଧନୁ ରାଶି:

​ଭାତୃ ବିବାଦ, ଜମିବାଡ଼ି କିମ୍ବା ଘର-ଜାଗାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱର ଆଜି ଶାନ୍ତିପୂର୍ଣ୍ଣ ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ଅନେକ ଦିନରୁ ରହିଥିବା ଅଭିଳାଷ ଆଜି ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନିଜର ବେପାର ବଢ଼ାଇବା ପାଇଁ ନୂତନ ପରିକଳ୍ପନା କରିବେ। ମହିଳାମାନେ ଆଜି ଆତ୍ମବିଶ୍ୱାସର ସହ ଅନେକ ଜଟିଳ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ଚାକିରି କ୍ଷେତ୍ରରେ ଉନ୍ନତି କରିବା ସହ ପାରିବାରିକ ଜୀବନରେ ସୁଖ-ଶାନ୍ତି ବିରାଜମାନ କରିବ। ଘରୋଇ କର୍ମକ୍ଷେତ୍ରରେ ମଧ୍ୟ ଆପଣଙ୍କର ପ୍ରତିଷ୍ଠା, ମାନ-ସମ୍ମାନ ଓ ଖ୍ୟାତି ବୃଦ୍ଧି ପାଇବ।

ମକର ରାଶି:

​ଆଜି ଆପଣଙ୍କର ସୁଖ-ସମୃଦ୍ଧି ବୃଦ୍ଧି ପାଇବ ଏବଂ ସାମାଜିକ କ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ଅଚାନକ ଧନପ୍ରାପ୍ତିର ଯୋଗ ରହିବା ସହ ବ୍ୟବସାୟିକ ଅନୁବନ୍ଧ ଓ ବେପାର ବିସ୍ତାର ଯୋଗେ ଆପଣ ଲାଭବାନ୍ ହେବେ। ମୂଲ୍ୟବାନ ସାମଗ୍ରୀ ସଂଗ୍ରହ ତଥା ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ନିମନ୍ତେ ଆପଣ ସମର୍ଥ ହେବେ। ପାରିବାରିକ ସୁଖ-ସମୃଦ୍ଧି ବଜାୟ ରଖିବାରେ ଆପଣ ମୁଖ୍ୟ ଭୂମିକା ତୁଲାଇବେ। ଆର୍ଥିକ ଦିଗରୁ ସୁବିଧାଜନକ ପରିସ୍ଥିତି ସୃଷ୍ଟି ହେବ। ମାନସିକ ଏକାଗ୍ରତା ବଜାୟ ରହିବ ଏବଂ ଜାଗା, ଜମି କିମ୍ବା ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଏହା ଶ୍ରେଷ୍ଠ ସମୟ।

କୁମ୍ଭ ରାଶି:

​ଗୁରୁଜନଙ୍କ ଆଶୀର୍ବାଦ ଆଜି ଆପଣଙ୍କୁ ଅନେକ ବିପଦରୁ ସୁରକ୍ଷା ଦେବ। ସମାଜସେବା ଓ ରାଜନୀତି କ୍ଷେତ୍ରରେ ଆପଣ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ବିଭିନ୍ନ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଶୁଭ ଯୋଗ ରହିଛି। ନ୍ୟାୟମାର୍ଗରେ ଚାଲିବା ଆପଣଙ୍କର ପ୍ରଧାନ ଭୂଷଣ ହେବ। ମହିଳାମାନେ ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ନିଜର ବୁଦ୍ଧି ବଳରେ ତାହା ସମାଧାନ କରି ସମସ୍ତଙ୍କ ନିକଟରେ ପ୍ରଶଂସିତ ହେବେ। ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ଓ ମାନ-ସମ୍ମାନ ବୃଦ୍ଧି ପାଇବ। ନିଜର ବୁଦ୍ଧିମତା କାରଣରୁ ଆପଣ ଉତ୍ତମ ରୋଜଗାର କରିବେ ଓ ପ୍ରଚୁର ଅର୍ଥ ଲାଭ ହେବ।

ମୀନ ରାଶି:

​ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁ ମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ, ଯାହା ଫଳରେ ଘରର ପରିବେଶ ହସଖୁସିର ରହିବ। ନୂଆ ବ୍ୟବସାୟୀଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ନୂତନ ବ୍ୟବସାୟର ଯୋଜନା ପ୍ରସ୍ତୁତ କରିବେ। ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ଆବଶ୍ୟକ ପଡ଼ିଲେ କୌଣସି ବ୍ୟାଙ୍କରୁ ଋଣ ପାଇବାର ସୁଯୋଗ ମଧ୍ୟ ରହିଛି। ବନ୍ଧୁ ଓ ମିତ୍ରମାନଙ୍କ ଠାରୁ କୌଣସି ଉପହାର ପ୍ରାପ୍ତି ହୋଇପାରେ। ସନ୍ତାନମାନଙ୍କର କର୍ମକ୍ଷେତ୍ର ସ୍ଥିର ହେବା ଖବର ପାଇ ଆପଣ ଅତ୍ୟନ୍ତ ଖୁସି ହେବେ।

Type and hit Enter to search

Close