Upload Image

Upload Image

Breaking News

ଆଜିର ରାଶିଫଳ ୧୫ ମଇ ୨୦୨୬ ଶୁକ୍ରବାର ଚନ୍ଦ୍ରଙ୍କର ବନୁଛି ଶୁଭ ଯୋଗ ଏହି ୫ଟି ରାଶିଙ୍କୁ ମିଳିବ ଫାଇଦା ଜୀବନରେ ଆସିବ ଖୁସି


ମେଷ

ଆଜିର ଦିନ ଆପଣଙ୍କର ପୂର୍ବ ଅପେକ୍ଷା ଭଲ ରହିବ । ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ । ଆପଣ ଜୀବନସାଥିଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ବୃହସ୍ପତିଙ୍କ ପ୍ରଭାବରୁ ବହୁତ ଲାଭ ମିଳିବ । ଯଦି କାହା ସହିତ ମିଶି ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ସେଥିରେ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ଆପଣ ନିଜ ପ୍ରୟାସରେ କୌଣସି ବଡ କାର୍ଯ୍ୟକୁ ନିଜ ହାତକୁ ନେବାରେ ସଫଳ ହେବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣ ନିଜ ଚେଷ୍ଟାରେ ଆଗକୁ ବଢିବେ ।

ବୃଷ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆପଣଙ୍କ ଆୟରେ ବୃଦ୍ଧି ହେବ । ବର୍ତ୍ତମାନ ସମୟରେ ଜୀବନରେ ବହୁତ କିଛି ଶିଖିବେ । ଆପଣଙ୍କର ଭବିଷ୍ୟତ ଯୋଜନା ସଫଳ ହେବ । ଅଟକି ଥିବା କାର୍ଯ୍ୟ ଇଚ୍ଛା ଅନୁସାରେ ପୁରା ହେବ । ଆପଣଙ୍କ କ୍ୟାରିୟର ସ୍ଥିତି ଭଲ ରହିବ । ଯଦି ଆପଣ କୌଣସି ମିତ୍ରଙ୍କ ସହ ମିଶି ବ୍ୟବସାୟ କରୁଛନ୍ତି ତେବେ ସେଥିରେ ବହୁତ ଲାଭ ମିଳିବ । ଆପଣ ନିଜ ଅଫିସ କିମ୍ବା କାର୍ଯ୍ୟଳୟରେ ଉପରିସ୍ଥ ଅଫିସରଙ୍କ ସହଯୋଗ ପାଇବେ । କାହା ଉପରେ ବି ଅଧିକ ବିଶ୍ଵାସ କରନ୍ତୁ ନାହିଁ ନଚେତ ସେମାନେ ଆପଣଙ୍କୁ ହଇରାଣ କରିପାରନ୍ତି । ମନ୍ଦିରରେ ସଫା କରନ୍ତୁ ପରିବାରରେ ଖୁସିର ପରିବେଶ ରହିବ ।

ମିଥୁନ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ବ୍ୟବସାୟରେ ଅଟକି ଥିବା ଧନ ମିଳିଯିବ । ଆପଣଙ୍କ ସବୁ ଇଛା ପୁରା ହେବା ସହ ଅଟକି ଥିବା କାମ ବି ପୁରା ହୋଇଯିବ । ବହୁତ ଧନ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଳିବ । ଚାକିରିରେ ଇଚ୍ଛାନୁସାରେ ବଦଳି ହେବ । ଆପଣ ନିଜ କାମ ନିଜେ କରନ୍ତୁ । ମାତା ପିତାଙ୍କ ସେବା କରନ୍ତୁ ଏହା ଦ୍ଵାରା ଆପଣଙ୍କର ଉନ୍ନତି ହେବ । ବ୍ରାହ୍ମଣଙ୍କ ଗୋଡ ଛୁଇଁ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ । ଆପଣଙ୍କ ଯାତ୍ରା ସଫଳ ହେବ ଓ ଏଥିରେ ଆପଣଙ୍କର ଧନ ଲାଭ ବି ହେବ । ମାନ ସମ୍ମାନ ବୃଦ୍ଧି ହେବ । କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଭଲ ସମୟ ଅଟେ । ଆପଣଙ୍କ କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ଭଲ ଅଛି । ଆପଣଙ୍କ ଖର୍ଚରେ ବୃଦ୍ଧି ହୋଇପାରେ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ବିପକ୍ଷରେ କେହି ଷଡଯନ୍ତ୍ର କରିପାରନ୍ତି ଯାହା ଫଳରେ କି ଆପଣଙ୍କ ମାନ ସମ୍ମାନରେ ଆଞ୍ଚ ଆସିପାରେ । ମନ୍ଦିରରେ ଅତର ଦାନ କରନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ସିଂହ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆପଣଙ୍କ ବ୍ୟବହାର ପାଇଁ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ । ପିତାଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଜୀବନରେ ଉନ୍ନତି  ମିଳିବ । କ୍ୟାରିୟରେ ଉନ୍ନତି ହେବାର ସମ୍ଭାବନା ଅଛି । ପାଣିରେ ନାଲି ରଙ୍ଗର ଫୁଲ ଦେଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ । ସାଙ୍ଗମାନଙ୍କ ସହିତ ସମ୍ବନ୍ଧ ମଜବୁତ ରହିବ ।

କନ୍ୟା

ଆଜି ଆପଣଙ୍କର ଦିନଟି ଭଲ ରହିବ । ପରିବାର ସହିତ କୌଣସି ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି । ଆପଣଙ୍କୁ ନୂଆ ଚାକିରି ପ୍ରାପ୍ତ ହେବ । ଆରମ୍ଭରୁ ଆପଣଙ୍କୁପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କର ପରିଶ୍ରମର ଫଳ ମିଳିବାର ସମୟ ବର୍ତ୍ତମାନ ଆସି ଯାଇଛି । ଆପଣ ଭଲ ଧନ ଅର୍ଜିତ କରିବେ । ମା ବାପାଙ୍କ ସହ ସମ୍ବନ୍ଧ ଭଲ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଲାଭ ହିଁ ଲାଭ ହେବ । ଗରିବ ଲୋକମାନଙ୍କୁ ଭୋଜନ କରାନ୍ତୁ । ଗ୍ରହ ଶାନ୍ତ ରହିବ ।

ତୁଳା

ଆଜି ଆପଣ ଜୀବନସାଥିନ ସହ ନରମ ହୋଇ କଥାବାର୍ତ୍ତା କରନ୍ତୁ । ଧର୍ଯ୍ୟ ରଖନ୍ତୁ ଆପଣଙ୍କର ସମ୍ପର୍କ ମଧୁର ହେବ । ନିୟମିତ ଯୋଗ କରନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର କ୍ୟରିୟରରେ ଉନ୍ନତି ହେବ ଆପଣ ମନ ଧ୍ୟାନ ଦେଇ କାମ କରାନ୍ତୁ । ଯଦି ଆପଣ ଇଣ୍ଡଷ୍ଟ୍ରି, ଅଟୋମୋବାଇଲ, ପ୍ରିଟିଙ୍ଗ ପ୍ରେସ, ଗ୍ୟାସ ତଥା ପେଟ୍ରୋଲ ଆଉ ତେଲ ଇତ୍ୟାଦି କାର୍ଯ୍ୟରେ ଜଡିତ ଅଛନ୍ତି ତେବେ ଏହି ବର୍ଷ ଆପଣଙ୍କର ଅଧିକ ଉନ୍ନତି ହେବ । ସକରତ୍ମକ ବିଚାରଧାରା ଦ୍ଵାରା ଅଧିକ ସଫଳତା ମିଳିବ । ଆପଣ ଇଷ୍ଟଦେବଙ୍କୁ ପ୍ରଣାମ କରନ୍ତୁ । ଆପଣଙ୍କର ଦିନଟି ଭଲରେ କଟିବ ।

ବିଚ୍ଛା

ଆଜି ଆପଣଙ୍କୁ ଉନ୍ନତିର କିଛି ନୂଆ ସାଧନ ମିଳିପାରେ । ଆପଣଙ୍କୁ ଗୁରୁଜନଙ୍କ ପାଖରୁ ଆଶୀର୍ବାଦ ପ୍ରାପ୍ତ ହେବ । ଆଜି ଆପଣଙ୍କର ଭାବନା କିଛି ଭଲ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଆପଣ କିଛି ସାଙ୍ଗମାନଙ୍କୁ ଓ ସମ୍ପର୍କୀୟମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି । ବ୍ୟାପାରରେ ଆପଣଙ୍କର ଆକସ୍ମିକ ଧନ ଲାଭର ଯୋଗ ଅଛି । କଠିନ ପରିଶ୍ରମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ପରିବାରର ପରିବେଶ ବହୁତ ଭଲ ରହିବ । ଆପଣ ମାଟି ପାତ୍ରରେ ପକ୍ଷୀମାନଙ୍କୁ ପାଣି ଦିଅନ୍ତୁ , କାମରେ ସଫଳତା ମିଳିବ ।

ଧନୁ

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ । ପିଲାବେଳର ସାଙ୍ଗ ଆଜି ଆପଣଙ୍କୁ ଫୋନ କରିପାରନ୍ତି । ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭବନା ଅଛି । ଗୁରୁଜନଙ୍କ ଆଶୀର୍ବାଦ ଦ୍ଵାରା ବ୍ୟାପାର ବାଣିଜ୍ୟ ଭଲ ଚାଲିବ । କାର୍ଯ୍ୟ ଭାର ଅଧିକ ରହିବ । କିନ୍ତୁ ଆପଣ ନିଜର ଯୋଗ୍ୟତା ଓ କ୍ଷମତା ବଳରେ ଭରପୁର ଲାଭ ଉଠେଇବେ । ଗାଈ ମାନଙ୍କୁ ଘାସ ଖୁଆନ୍ତୁ, ଧନରେ ବୃଦ୍ଧି ହେବ ।

ମକର

ଆଜି ଆପଣଙ୍କର ଦିନ ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ଆପଣଙ୍କୁ ଆପଣଙ୍କ ମିତ୍ର , ପରିବାର ଓ ସମ୍ପର୍କୀୟଙ୍କ ସହଯୋଗର ମିଳିବ । ଆର୍ଥିକ ଲାଭ ମିଳିବ । କିଛି ଲୋକଙ୍କ ସହ ଦେଖା ହୋଇ ବହୁତ ଖୁସିରେ ରହିବେ । ଜୀବନରେ ଉନ୍ନତିର ବହୁତ ମାର୍ଗ ଦେଖାଯିବ । ବ୍ୟବସାୟିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ । କିନ୍ତୁ କଠିନ ପରିଶ୍ରମ ଫଳରେ ସଫଳତା ଓ ଆର୍ଥିକ ଲାଭ ମିଳିବ । ଅନାବଶ୍ୟକ ଖର୍ଚ ବଢିବାରୁ ଚିଡ଼ ଚିଡା ହୋଇପାରନ୍ତି । ବିନା ଭାବି ଚିନ୍ତି କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

କୁମ୍ଭ

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଆପଣଙ୍କୁ ବ୍ୟବସାୟରେ କିଛି ଲୋକଙ୍କ ସାହାର୍ଯ୍ୟ ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ । ପାର୍ଟନରଙ୍କ ବ୍ୟବସାୟରେ ସମ୍ପର୍କ ଭଲ ରଖିବେ ତେବେ ଆପଣଙ୍କୁ ବହୁତ ଆର୍ଥିକ ଲାଭ ମିଳିବ । ଆର୍ଥିକ ଲାଭ ଯୋଗୁଁ ଆପଣ ଭଲ ସଞ୍ଚୟ ବି କରିବେ । ଆପଣ ଧନ ନିବେଶ ତଥା ଟଙ୍କା ଦେବା ନେବାରେ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ । ଶନିଙ୍କର ସ୍ଥିତି ଯୋଗୁଁ ପାରିବାରିକ ସମସ୍ୟା ଦେଖାଯାଇପାରେ । ଗାଈକୁ ହଳଦୀର ଟୀକା ଲଗାନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

ମୀନ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଚାକିରି କ୍ଷେତ୍ରରେ ନୂଆ ପ୍ରୋଜେକ୍ଟ ମିଳିବ । ଉଚ୍ଚ ଶିକ୍ଷାରେ ସଫଳତା ମିଳିବ । ଧନକୁ ଠିକ ଜାଗାରେ ଖର୍ଚ କରନ୍ତୁ ତେବେ ଭବିଷ୍ୟତରେ ଆର୍ଥିକ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ଆପଣଙ୍କର କିଛି ସମସ୍ୟା ଆସିପାରେ । ଯାହା ଦ୍ୱାରା ଆପଣଙ୍କ ପଢାରେ ଅରୁଚି, ସ୍ୱାସ୍ଥ୍ୟଗତ ସମସ୍ୟା, ମାନସିକ ବ୍ୟାକୁଳତା, ଏକାଗ୍ରତା ଭଙ୍ଗ ହୋଇପାରେ । ନାଲି ରଙ୍ଗର ଫଳ ଗରିବଙ୍କୁ ଦିଅନ୍ତୁ ସବୁ ସମସ୍ୟାର ସମାଧାନ ହୋଇଯିବ ।

Type and hit Enter to search

Close