ମେଷ ରାଶି (Aries)
ରାଜନୀତି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଆପଣଙ୍କର ପଦ-ମର୍ଯ୍ୟାଦା ବୃଦ୍ଧି ହୋଇପାରେ। କିନ୍ତୁ ଆର୍ଥିକ ନିବେଶ କ୍ଷେତ୍ରରେ ତରବର ହୁଅନ୍ତୁ ନାହିଁ, ନଚେତ୍ କ୍ଷତି ସହିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ, ଯାହା ଆପଣଙ୍କ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆଣିବ। କେବଳ ଭାଗ୍ୟ ଉପରେ ଭରସା ନକରି ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ। ଅପ୍ରତ୍ୟାଶିତ ଭାବେ କୌଣସି ସୂତ୍ରରୁ ଧନ ପ୍ରାପ୍ତିର ଯୋଗ ରହିଛି।
ବୃଷ ରାଶି (Taurus)
ପାରିବାରିକ ଦୃଷ୍ଟିକୋଣରୁ ଆଜି ଦିନଟି ବହୁତ ଭଲ। ଘରେ କୌଣସି ମାଙ୍ଗଳିକ ବା ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ। ଅବିବାହିତ ଯୁବକଯୁବତୀଙ୍କ ପାଇଁ ବିବାହର ନୂତନ ପ୍ରସ୍ତାବ ଆସିପାରେ। ଆଜି କୌଣସି ଜରୁରୀ କାର୍ଯ୍ୟ ପାଇଁ ବଡ଼ ଧରଣର ଖର୍ଚ୍ଚ ହୋଇପାରେ, ଯେଉଁଥିପାଇଁ ଆପଣଙ୍କୁ କାହାଠାରୁ ଟଙ୍କା ଉଧାର ନେବାକୁ ପଡ଼ିପାରେ। କୌଣସି ଦ୍ୱନ୍ଦ୍ୱରେ ଥିବା ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ଆପଣ ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ ସ୍ଥିର ରହିବ।
ମିଥୁନ ରାଶି (Gemini)
ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ପ୍ରେମ ଏବଂ କ୍ୟାରିୟର ଉଭୟ କ୍ଷେତ୍ରରେ ସଫଳତା ମିଳିବ। ପ୍ରେମ ଜୀବନରେ ଆପଣଙ୍କୁ ସଚ୍ଚା ସାଥୀ ମିଳିବାର ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ ଏବଂ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ସନ୍ତାନଙ୍କ ଶିକ୍ଷା ବା କ୍ୟାରିୟରକୁ ନେଇ ସାମାନ୍ୟ ଚିନ୍ତା ରହିପାରେ। ବ୍ୟବସାୟିକ କାର୍ଯ୍ୟରେ ହଠାତ୍ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ, ଯାହା ଲାଭଦାୟକ ହେବ।
କର୍କଟ ରାଶି (Cancer)
ଆଜି ଆପଣଙ୍କ ପାର୍ଟନରଙ୍କ ଠାରୁ କୌଣସି ମୂଲ୍ୟବାନ ଉପହାର ମିଳିପାରେ। ଭାଗ୍ୟ ସମ୍ପୂର୍ଣ୍ଣ ସାଥ ଦେବ, ଯାହା ଫଳରେ କାର୍ଯ୍ୟକ୍ଷେତ୍ରରେ ଆପଣ ନୂଆ ଯୋଜନା କରି ସଫଳ ହେବେ। ଆର୍ଥିକ ଦେଣନେଣ କଲାବେଳେ ସତର୍କ ରୁହନ୍ତୁ, କାହାକୁ ଉଧାର ଦିଅନ୍ତୁ ନାହିଁ। ସୌନ୍ଦର୍ଯ୍ୟ ଏବଂ ବ୍ୟକ୍ତିତ୍ୱରେ ନିଖାର ଆସିବ। ମନରେ କିଛି ଅଜଣା ଭୟ ବା ଚିନ୍ତା ରହିପାରେ, କିନ୍ତୁ ସାମାଜିକ ସ୍ତରରେ ସମ୍ମାନ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ବଣୁଛି।
ସିଂହ ରାଶି (Leo)
ଆଜି ଆପଣଙ୍କର ଶତ୍ରୁମାନେ ପରାଜିତ ହେବେ ଏବଂ ସେମାନେ ଆପଣଙ୍କ ସହ ବନ୍ଧୁତା କରିବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ନିଜର ପ୍ରତିଭା ଦେଖାଇବା ପାଇଁ ବଡ଼ ସୁଯୋଗ ମିଳିବ। ଅଫିସ୍ କାମରେ ସିନିୟରମାନେ ଆପଣଙ୍କୁ ପଥ ପ୍ରଦର୍ଶନ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବିଶେଷ କରି ସଙ୍ଗୀତ, କଳା ଓ ସାହିତ୍ୟ ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ଅନ୍ୟଙ୍କ କଥାକୁ ଗୁରୁତ୍ୱ ନଦେଇ ନିଜ କାମରେ ଧ୍ୟାନ ଦିଅନ୍ତୁ।
କନ୍ୟା ରାଶି (Virgo)
ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତୁ ନାହିଁ, ନିଜେ ଶେଷ କରନ୍ତୁ। ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ ରହିବ; ଧନ ଏବଂ ବୈଭବରେ ବୃଦ୍ଧି ହେବ। ଆୟର ନୂଆ ଉତ୍ସ ଖୋଜିବାରେ ଆପଣ ସଫଳ ହେବେ। ଆଜି କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ, ଯିଏ ଭବିଷ୍ୟତରେ ଆପଣଙ୍କୁ ବହୁତ ସାହାଯ୍ୟ କରିବେ। କାମରେ ଏକାଗ୍ରତା ବଜାୟ ରହିବ।
ତୁଳା ରାଶି (Libra)
କଠିନ ପରିଶ୍ରମର ଉଚିତ ଫଳ ମିଳିବାର ସମୟ ଆସିଯାଇଛି। ତେବେ ଟଙ୍କା ପଇସା ଖର୍ଚ୍ଚ କଲାବେଳେ ସଂଯମତା ରକ୍ଷା କରନ୍ତୁ, ନଚେତ୍ ଆଗକୁ ଆର୍ଥିକ ଅଭାବ ଦେଖାଦେଇପାରେ। କାର୍ଯ୍ୟସ୍ଥଳରେ ଆପଣଙ୍କର ଭଲ ପ୍ରଦର୍ଶନ ପାଇଁ ପ୍ରଶଂସିତ ହେବେ। ଯଦି କୌଣସି ପୁରୁଣା କାମ ଅଟକି ରହିଥିଲା, ତାହା ଆଜି ସହଜରେ ସମ୍ପୂର୍ଣ୍ଣ ହୋଇଯିବ। ଅନାବଶ୍ୟକ କରଜ ନେବାରୁ ଦୂରେଇ ରୁହନ୍ତୁ।
ବିଛା ରାଶି (Scorpio)
ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଦିନଟି ଉତ୍ସାହଜନକ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଚାକିରି କ୍ଷେତ୍ରରେ କିଛି ବିରୋଧୀ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଆପଣଙ୍କ ଧୈର୍ଯ୍ୟ ସେମାନଙ୍କୁ ପରାସ୍ତ କରିବ। ନିଜର ସ୍ୱପ୍ନ ସାକାର କରିବା ପାଇଁ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି। ପରିଶେଷରେ ମନରୁ ସବୁ ଚିନ୍ତା ଦୂର ହେବ ଏବଂ ଆପଣ ଉଚ୍ଚ ସଫଳତା ପାଇବେ।
ଧନୁ ରାଶି (Sagittarius)
କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ରହିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ନୂଆ ରୋଜଗାରର ପନ୍ଥା ମିଳିବ। ତେବେ ପ୍ରେମ ସମ୍ପର୍କରେ ସାମାନ୍ୟ ବୁଝାମଣାର ଅଭାବ ଦେଖାଦେଇପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ବା ଗତିବିଧି ଉପରେ ନଜର ରଖନ୍ତୁ। ମହିଳାମାନେ ନୂଆ ବନ୍ଧୁ ବନାଇବେ ଏବଂ ସମାଜରେ ଆପଣଙ୍କର ଗ୍ରହଣୀୟତା ବୃଦ୍ଧି ପାଇବ।
ମକର ରାଶି (Capricorn)
ପାରିବାରିକ ସମ୍ପର୍କରେ ମଧୁରତା ଆସିବ। ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଅଚାନକ ବଡ଼ ଧରଣର ଧନ ଲାଭ ହେବାର ଯୋଗ ଅଛି। ଆଜି ଆପଣ ପରିବାର ସହ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। କୋର୍ଟ-କଚେରୀ ମାମଲାରେ ବିଜୟୀ ହେବେ। ସାମଗ୍ରିକ ଭାବେ ସୁଖ-ସମୃଦ୍ଧିର ଦିନଟିଏ।
କୁମ୍ଭ ରାଶି (Aquarius)
ଯାତ୍ରା ଏବଂ ନିବେଶ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ। ଆପଣଙ୍କୁ ବହୁତ କମ୍ ପରିଶ୍ରମରେ ଅଧିକ ଲାଭ ମିଳିପାରେ, କିନ୍ତୁ କର୍ମକ୍ଷେତ୍ରରେ ଆଳସ୍ୟ ତ୍ୟାଗ କରିବାକୁ ପଡ଼ିବ। କୌଣସି ସୂତ୍ରରୁ ଶୁଭ ଖବର ମିଳିବା ଫଳରେ ମନ ପ୍ରଫୁଲ୍ଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ସମ୍ଭାବନା ରହିଛି। ନୂଆ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।
ମୀନ ରାଶି (Pisces)
ଆଜି ପରିବାର ସଦସ୍ୟଙ୍କ ସହ ସାମାନ୍ୟ ଯୁକ୍ତିତର୍କ ହୋଇପାରେ, ତେଣୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ରୋଜଗାର ପାଇଁ ନୂଆ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ବିଶେଷ ସମ୍ମାନର ଅଧିକାରୀ ହେବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ଆପଣଙ୍କର ବଡ଼ ସମସ୍ୟାର ସମାଧାନ ହୋଇଯିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ।

Social Footer