ମେଷ ରାଶି (Aries)
ଆଜି ଅଫିସରେ କାର୍ଯ୍ୟ କରିବା ପାଇଁ ପରିବେଶ ଅତ୍ୟନ୍ତ ଅନୁକୂଳ ରହିବ। ଆପଣଙ୍କର ଦକ୍ଷତା ପ୍ରଦର୍ଶନ କରିବାର ଭଲ ସୁଯୋଗ ମିଳିପାରେ। ତେବେ ମନେରଖନ୍ତୁ, କାମର ବ୍ୟସ୍ତତା ଭିତରେ ପାରିବାରିକ ଦାୟିତ୍ୱକୁ ଅବହେଳା କରନ୍ତୁ ନାହିଁ, ନଚେତ୍ ଘରେ ମନୋମାଳିନ୍ୟ ହୋଇପାରେ। ବିଦ୍ୟାର୍ଥୀମାନେ ଆଜି ପାଠପଢ଼ା ଅପେକ୍ଷା ମଉଜ ମସ୍ତିରେ ଅଧିକ ସମୟ ବିତାଇବେ। ଯଦି ଆପଣ କୌଣସି ନୂଆ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆଜି ଦିନଟି ଶୁଭ ଅଟେ।
ବୃଷ ରାଶି (Taurus)
ଆଜି ଚାକିରି ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ଆପଣଙ୍କୁ ଆଶାଜନକ ସଫଳତା ମିଳିବ। ଶାରୀରିକ ଭାବେ କିଛିଟା କମଜୋର ଅନୁଭବ କରିପାରନ୍ତି କିମ୍ବା ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିପାରେ, କିନ୍ତୁ ଏଥିରେ ଭୟ କରିବାର କିଛି ନାହିଁ। ନିଜର ଲକ୍ଷ୍ୟ ପଥରେ ପ୍ରୟାସ ଜାରି ରଖନ୍ତୁ। କୌଣସି ପୁରୁଣା ବନ୍ଧୁଙ୍କ ସହଯୋଗ ଆଜି ଆପଣଙ୍କ ପାଇଁ ବରଦାନ ସଦୃଶ ହେବ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଚାଲିଥିଲେ ଆଜି ଆପଣଙ୍କ ପକ୍ଷରେ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି।
ମିଥୁନ ରାଶି (Gemini)
ଆଜି ଆପଣ କୋର୍ଟ କଚେରୀ କିମ୍ବା ଆଇନଗତ ମାମଲାରେ ବିଜୟୀ ହେବେ, ଯାହା ଆପଣଙ୍କୁ ବଡ଼ ମାନସିକ ଆରାମ ଦେବ। ବ୍ୟାପାର କ୍ଷେତ୍ରରେ ଅଟକି ରହିଥିବା ସମସ୍ତ କାମ ପୁନର୍ବାର ଆରମ୍ଭ ହେବ। ଆଜି ଆପଣ ପରିବାର ସହିତ ବାହାରକୁ ବୁଲିବାକୁ ଯିବା ପାଇଁ ଯୋଜନା କରିପାରନ୍ତି। ଭବିଷ୍ୟତ ପାଇଁ ଆଜି କୌଣସି ଆର୍ଥିକ ଯୋଜନା (Financial Planning) କରିବା ପାଇଁ ଦିନଟି ବହୁତ ଭଲ। ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ।
କର୍କଟ ରାଶି (Cancer)
ଆଜି ଆପଣଙ୍କୁ ନିଜର ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ, ନଚେତ୍ ଆଗକୁ ସମସ୍ୟା ହୋଇପାରେ। ବ୍ୟବସାୟ ଦୃଷ୍ଟିକୋଣରୁ କିଛି ପଜେଟିଭ୍ ବିକାଶ ଦେଖିବାକୁ ମିଳିବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଆଜି କୌଣସି ଭଲ ଖବର ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ବିଶେଷ କରି ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ପରିବାରରେ ଚାଲିଥିବା ମାନସିକ ଚିନ୍ତା ଆଜି ଦୂର ହେବ ଏବଂ ସନ୍ତାନଙ୍କ ସୁଖ ପ୍ରାପ୍ତି ହେବ।
ସିଂହ ରାଶି (Leo)
ଆଜି କୌଣସି ରଚନାତ୍ମକ କିମ୍ବା କ୍ରିଏଟିଭ୍ କାମ କଲେ ଆପଣଙ୍କୁ ଭଲ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିପାରେ, ତେଣୁ ନିଜ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଆରାମ ଦେବା ମଧ୍ୟ ଜରୁରୀ। ଘର ନବୀକରଣ କିମ୍ବା ସଜାସଜି ପାଇଁ ଆଜି ଖର୍ଚ୍ଚ କରିପାରନ୍ତି। ରାସ୍ତାରେ ବାହାନ ଚଳାଇବା ସମୟରେ ଅଧିକ ସତର୍କ ରୁହନ୍ତୁ। କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ସଂଯମ ରଖନ୍ତୁ, ଯେପରି କୌଣସି ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ନହୁଏ।
କନ୍ୟା ରାଶି (Virgo)
ଘରର ମୂଲ୍ୟବାନ ବସ୍ତୁ ଏବଂ ଧନ ସମ୍ପତ୍ତିକୁ ଆଜି ଅଧିକ ଯତ୍ନର ସହ ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀମାନେ ନିଜ ଶିକ୍ଷକଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ପାଇବେ। ପ୍ରେମ ଜୀବନ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଯେଉଁମାନେ ସରକାରୀ ଚାକିରିଆ, ସେମାନଙ୍କର ମନପସନ୍ଦ ସ୍ଥାନକୁ ବଦଳି ହେବାର ଯୋଗ ରହିଛି। ବ୍ୟବସାୟରେ ପ୍ରଗତି ହେବା ସହ ପରିବାରରେ ଖୁସିର ବାତାବରଣ ରହିବ।
ତୁଳା ରାଶି (Libra)
ପାରିବାରିକ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଯୋଗୁଁ ଘରର ପରିବେଶ ଶାନ୍ତ ରହିବ। ଯଦି ଆପଣ କୌଣସି ରିସର୍ଚ୍ଚ ପ୍ରୋଜେକ୍ଟ ସହ ଜଡ଼ିତ, ତେବେ ଆଜି ଆପଣଙ୍କୁ ବଡ଼ ସଫଳତା ମିଳିପାରେ। ଆୟର ନୂଆ ଉତ୍ସ ସୃଷ୍ଟି ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବା ଦ୍ୱାରା ମନ ପ୍ରସନ୍ନ ରହିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କିମ୍ବା ଉତ୍ସବର ଯୋଜନା ହୋଇପାରେ।
ବିଛା ରାଶି (Scorpio)
ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସୂଚାରୁ ରୂପେ ସମ୍ପାଦନ କରିବେ। ଆପଣଙ୍କର ଭଲ ବ୍ୟବହାର ଯୋଗୁଁ ଆପଣ ଅଫିସରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ତେବେ ଆର୍ଥିକ ନିଷ୍ପତ୍ତି ନେବା ସମୟରେ ଭାବପ୍ରବଣ ହୁଅନ୍ତୁ ନାହିଁ। ଯୋଜନାବଦ୍ଧ ଭାବେ କାମ କଲେ ଖର୍ଚ୍ଚ କମ୍ ହେବ। ଆଜି ଦିନରେ ଅଧିକ କାମ ଯୋଗୁଁ ଥକ୍କାପଣ ଅନୁଭବ କରିପାରନ୍ତି।
ଧନୁ ରାଶି (Sagittarius)
ଯଦି ଆପଣ ଜମି ବା ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଆଣିଦେବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ ଏବଂ ଲୋକେ ଆପଣଙ୍କୁ ସମ୍ମାନ ଦେବେ। ସାହିତ୍ୟ ଓ ଲେଖାଲେଖିରେ ରୁଚି ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ପ୍ରେରଣାଦାୟକ ହେବ। ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରୁଥିବା ବିଦ୍ୟାର୍ଥୀମାନେ ଭଲ ଖବର ପାଇବେ। ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ।
ମକର ରାଶି (Capricorn)
ଦାମ୍ପତ୍ୟ ଜୀବନରେ ଚାଲିଥିବା ତିକ୍ତତା ଦୂର ହେବ ଏବଂ ଜୀବନସାଥୀଙ୍କ ସହଯୋଗ ମିଳିବ। ନିଜର ବୁଦ୍ଧି ଓ ବିବେକ ବଳରେ ଆପଣ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇବେ। ସମାଜରେ ଏକ ନୂଆ ପରିଚୟ ସୃଷ୍ଟି ହେବ। ଯଦି ଆପଣ ଅନଲାଇନ୍ ବ୍ୟବସାୟ କିମ୍ବା କାମ କରିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ ଯୋଜନା କରିବାକୁ ଆଜି ଭଲ ସମୟ। ଆଗାମୀ ଦିନରେ ଏହା ଆପଣଙ୍କୁ ବଡ଼ ଲାଭ ଦେବ।
କୁମ୍ଭ ରାଶି (Aquarius)
ଆଜି ଆପଣ କୌଣସି ପୁରୁଣା ରହସ୍ୟ ଜାଣିବାକୁ ଚେଷ୍ଟା କରିପାରନ୍ତି। ଟଙ୍କା ପଇସା କାରବାର ସମୟରେ ଅଧିକ ସତର୍କ ରୁହନ୍ତୁ, ନଚେତ୍ ପ୍ରତାରିତ ହୋଇପାରନ୍ତି। କିଛି ନୂଆ ଲୋକଙ୍କ ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହେବ। ନିଜର ମନୋବଳକୁ ଦୃଢ଼ ରଖନ୍ତୁ, କାରଣ କିଛି ଯୋଜନାରେ ସଫଳତା ମିଳିବାରେ ବିଳମ୍ବ ହୋଇପାରେ। ସନ୍ଧ୍ୟା ସମୟଟି ମନୋରଞ୍ଜନ ଏବଂ ପରିବାର ସହ ହସଖୁସିରେ କଟିବ।
ମୀନ ରାଶି (Pisces)
ପେସାଦାର ଜୀବନ ବା ପ୍ରୋଫେସନରେ ଆପଣଙ୍କୁ ଆଶାଜନକ ସଫଳତା ମିଳିବ। ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ନିଜ ବନ୍ଧୁ ବା ଶୁଭେଚ୍ଛୁଙ୍କ ପରାମର୍ଶ ନେବା ଭଲ ହେବ। ଭାଗ୍ୟ ଅପେକ୍ଷା ନିଜର କର୍ମ ଉପରେ ଅଧିକ ବିଶ୍ୱାସ ରଖନ୍ତୁ। ପ୍ରେମ ସମ୍ପର୍କରେ ଗଭୀରତା ଆସିବ ଏବଂ ବଡ଼ ମାନଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ କାର୍ଯ୍ୟ ସିଦ୍ଧ ହେବ।
ମେଷ ରାଶି (Aries)
ଆଜି ଅଫିସରେ କାର୍ଯ୍ୟ କରିବା ପାଇଁ ପରିବେଶ ଅତ୍ୟନ୍ତ ଅନୁକୂଳ ରହିବ। ଆପଣଙ୍କର ଦକ୍ଷତା ପ୍ରଦର୍ଶନ କରିବାର ଭଲ ସୁଯୋଗ ମିଳିପାରେ। ତେବେ ମନେରଖନ୍ତୁ, କାମର ବ୍ୟସ୍ତତା ଭିତରେ ପାରିବାରିକ ଦାୟିତ୍ୱକୁ ଅବହେଳା କରନ୍ତୁ ନାହିଁ, ନଚେତ୍ ଘରେ ମନୋମାଳିନ୍ୟ ହୋଇପାରେ। ବିଦ୍ୟାର୍ଥୀମାନେ ଆଜି ପାଠପଢ଼ା ଅପେକ୍ଷା ମଉଜ ମସ୍ତିରେ ଅଧିକ ସମୟ ବିତାଇବେ। ଯଦି ଆପଣ କୌଣସି ନୂଆ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆଜି ଦିନଟି ଶୁଭ ଅଟେ।

Social Footer