ମେଷ (Aries)
ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ହେବ । ରାଜନୀତି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତିମାନେ ନୂତନ ପଦ-ପଦବୀ ଲାଭ କରିବା ସହ ସମାଜରେ ସମ୍ମାନିତ ହେବେ । କୋର୍ଟ-କଚେରୀ ମାମଲାରେ ଆପଣଙ୍କର ବିଜୟ ସୁନିଶ୍ଚିତ ହେବ । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ଥିବାରୁ ଆପଣ ଜାଗା, ଜମି କିମ୍ବା ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରିପାରିବେ । କୌଣସି ନୂତନ ପ୍ରକଳ୍ପରେ ହାତ ଦେଲେ ସଫଳତା ମିଳିବ ଏବଂ ଏଥିପାଇଁ ଜଣେ ପ୍ରିୟ ବନ୍ଧୁ ଆର୍ଥିକ ସାହାଯ୍ୟର ହାତ ବଢ଼ାଇବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ସୁନାମ ଅର୍ଜନ କରିବେ ।
ବୃଷ (Taurus)
ବୃଷ ରାଶି ପାଇଁ ଆଜି ସମନ୍ୱୟ ଓ ସହଯୋଗର ଦିନ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଚାଲିଥିବା ବାଦ-ବିବାଦର ଅନ୍ତ ଘଟିବ ଏବଂ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ସୁଧାର ଆସିବ । ବ୍ୟବସାୟରେ ଅଂଶୀଦାରମାନଙ୍କ ସହଯୋଗରେ ବେପାର ବୃଦ୍ଧି ପାଇବ । ଯଦି ଆପଣଙ୍କର କୌଣସି କାମ ବହୁ ଦିନରୁ ଅଟକି ରହିଛି, ତେବେ ଜଣେ ବନ୍ଧୁଙ୍କ ସହାୟତାରେ ତାହା ଆଜି ସହଜରେ ସମ୍ପୂର୍ଣ୍ଣ ହୋଇଯିବ । ସାହିତ୍ୟ ଓ କଳା କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ଉଚ୍ଚ ପ୍ରଶଂସା ପାଇବେ । ପରିବାରରେ ଆପଣଙ୍କର ଗୁରୁତ୍ୱ ବୃଦ୍ଧି ପାଇବ ଏବଂ ଆପଣ ନିଜ ବିବେକ ବଳରେ ଉଚିତ୍ ମାର୍ଗରେ ଗତି କରିବେ ।
ମିଥୁନ (Gemini)
ଆଜି ମିଥୁନ ରାଶିର ବ୍ୟକ୍ତିମାନେ ବରିଷ୍ଠ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବ୍ୟବସାୟରେ ବ୍ୟାପକ ପ୍ରସାର ଓ ପ୍ରଚାର ଯୋଗୁଁ ଆଶାତୀତ ଲାଭ ମିଳିବାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ମନ ନିବେଶ କରି କିଛି ଅର୍ଥ ବ୍ୟୟ କରିବେ । ନୂତନ ଗୃହ ବା ବାହାନ କ୍ରୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ତେବେ କର୍ମକ୍ଷେତ୍ରରେ କୌଣସି ସାମାନ୍ୟ କଥାକୁ ନେଇ ମାନସିକ ଚାପ ବା ଟେନସନ ରହିପାରେ । ଆର୍ଥିକ କାରବାର ସମୟରେ ଅତ୍ୟନ୍ତ ସତର୍କ ରୁହନ୍ତୁ । ପାରିବାରିକ ଜୀବନରେ କିଛି କୌଶଳ ପ୍ରୟୋଗ କରି ସଫଳତା ପାଇବେ ।
କର୍କଟ (Cancer)
କର୍କଟ ରାଶି ପାଇଁ ଆଜିର ଦିନଟି ସାମାଜିକ ଓ ବୃତ୍ତିଗତ କ୍ଷେତ୍ରରେ ଉନ୍ନତି ଆଣିବ । ଅନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମହିଳାମାନେ ନୂତନ ବନ୍ଧୁତା ସ୍ଥାପନ କରି ଖୁସି ହେବେ । କର୍ମକ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକକୁ ଆପଣ ନିଜର ଦୃଢ଼ତା ବଳରେ ଦୂର କରିବେ । ସନ୍ତାନଙ୍କ ସଫଳତା ଦେଖି ମନରୁ ଚିନ୍ତା ଦୂର ହେବ । ବ୍ୟବସାୟିକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ଆର୍ଥିକ ସହାୟତା ମିଳିବ । ପରିବାରରେ ସନ୍ତୁଳନ ରକ୍ଷା କରି ଚଳିବାରେ ସମର୍ଥ ହେବେ ।
ସିଂହ (Leo)
ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ବ୍ୟବସାୟିକ ସଫଳତାର ଦିନ । ସମସ୍ତ ଜରୁରୀ ଆର୍ଥିକ କାରବାର ସୁରୁଖୁରୁରେ ସମ୍ପନ୍ନ ହେବ । ପରିବାରରେ ହସଖୁସିର ବାତାବରଣ ଖେଳିଯିବ ଏବଂ ଆପଣ ଗୃହୋପକରଣ ଦ୍ରବ୍ୟ କ୍ରୟ କରିବେ । ରାଜନୀତିରେ ଥିବା ବ୍ୟକ୍ତିମାନେ ନିଜର ବ୍ୟକ୍ତିତ୍ୱ ଓ ପ୍ରତିଭା ବଳରେ ଲୋକପ୍ରିୟ ହେବେ । କର୍ତ୍ତୃତ୍ୱ ଜାରି ରଖି ଶ୍ରମିକ ଓ ସହକର୍ମୀଙ୍କୁ ପ୍ରଭାବିତ କରିବେ, ଯାହାଫଳରେ ପ୍ରଗତିର ବେଗ ତ୍ୱରାନ୍ୱିତ ହେବ । ଯାତ୍ରା ଫଳରେ ମନ ଉତ୍ସାହିତ ରହିବ ।
କନ୍ୟା (Virgo)
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଗୃହସ୍ଥ ଜୀବନ ଶାନ୍ତିମୟ ହେବ । ବ୍ୟବସାୟରେ ଆୟ ବୃଦ୍ଧିର ଯୋଗ ଅଛି ଏବଂ କମ୍ ପରିଶ୍ରମରେ ଆପଣ ଶୁଭଫଳ ପାଇବେ । ପରୀକ୍ଷା, ପ୍ରତିଯୋଗିତା ଏବଂ ସାକ୍ଷାତ୍କାରରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ । ରାଜନୈତିକ ସ୍ଥିତି ସୁଦୃଢ଼ ହେବ ଏବଂ ଅଧିକ ଦାୟିତ୍ୱ ମିଳିପାରେ । ଅଚାନକ ଧନ ପ୍ରାପ୍ତିର ସୂଚନା ମିଳୁଛି, ଯାହାକୁ ଆପଣ ଭବିଷ୍ୟତ ପାଇଁ ନିବେଶ କରିବେ । ଜାଗା ଓ ଗୃହ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ସହଜରେ ସମାଧାନ ହୋଇଯିବ ।
ତୁଳା (Libra)
ତୁଳା ରାଶିର ବ୍ୟକ୍ତିଙ୍କୁ ବାଣିଜ୍ୟ ବ୍ୟାପାର କାମରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ରୋଜଗାର ଭଲ ହେଲେ ମଧ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟରେ ବ୍ୟୟ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀମାନଙ୍କ ପୂର୍ଣ୍ଣ ସମର୍ଥନ ମିଳିବ, ଯାହାଫଳରେ ମହତ୍ତ୍ୱାକାଂକ୍ଷା ପୂରଣ ହେବ । ରାଜନୈତିକ କ୍ଷେତ୍ରରେ ଆପଣଙ୍କର ମାନସିକ ଓ ଶାରୀରିକ ଦକ୍ଷତା ବୃଦ୍ଧି ପାଇବ । ବାଦ-ବିବାଦ କିମ୍ବା ମାଲିମୋକଦ୍ଦମାରେ ବିଜୟୀ ହେବାର ଶୁଭ ସଂକେତ ରହିଛି ।
ବିଛା (Scorpio)
ବିଛା ରାଶି ପାଇଁ ଆଜି ସଫଳତା ଓ ପ୍ରାପ୍ତିର ଦିନ । ଆପଣ ବହୁ ଦିନରୁ ଯେଉଁ ଜିନିଷ ପାଇଁ ଚିନ୍ତା କରୁଥିଲେ, ତାହା ଆଜି ପାଇବେ । ଉଚ୍ଚପଦସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଧନଧାନ୍ୟ, ଭୂମି ଓ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ଆପଣ ଉତ୍ସାହିତ ଅନୁଭବ କରିବେ । ଅଧ୍ୟୟନ ଓ ଅନୁସନ୍ଧାନମୂଳକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିମାନେ ଆଶାଜନକ ସଫଳତା ପାଇବେ । ବନ୍ଧୁମାନଙ୍କ ସହ ସୁସମ୍ପର୍କ କାମରେ ଆସିବ ।
ଧନୁ (Sagittarius)
ଧନୁ ରାଶିର ବ୍ୟକ୍ତିମାନଙ୍କର ମହତ୍ତ୍ୱାକାଂକ୍ଷା ପୂରଣ ହେବ । ବନ୍ଧୁ ଓ ମିତ୍ରମାନଙ୍କ ପ୍ରେରଣା ଏବଂ ଆର୍ଥିକ ସହାୟତାରେ ନୂତନ ବ୍ୟବସାୟିକ ପନ୍ଥା ଅନୁସରଣ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ଶୁଭ ସମ୍ବାଦ ପ୍ରାପ୍ତ ହେବ । ବ୍ୟବସାୟରେ ପ୍ରତିଯୋଗିତା ଥିଲେ ମଧ୍ୟ ଆପଣ ଲାଭବାନ ହେବେ । ବିଦ୍ୟାରେ ଉନ୍ନତି ଓ ନୂତନ ପୁଞ୍ଜି ଲଗାଣ ପାଇଁ ଦିନଟି ଶ୍ରେଷ୍ଠ । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ବିଜୟୀ ହେବେ ।
ମକର (Capricorn)
ମକର ରାଶିର ବ୍ୟକ୍ତିମାନେ ସରକାରୀ କର୍ମକ୍ଷେତ୍ରରେ ଉନ୍ନତି କରିବେ ଏବଂ ଶତ୍ରୁମାନେ ପରାଜିତ ହୋଇ ମିତ୍ରତା ଆଚରଣ କରିବେ । ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ଅର୍ଥ ଲାଭର ମାର୍ଗ ପ୍ରଶସ୍ତ ହେବ । ଅଫିସରେ ବହୁ ଦିନରୁ ଅଟକି ଥିବା କାମଗୁଡ଼ିକ ଶେଷ ହେବ । ତେବେ ଗୃହୋପକରଣ କ୍ରୟ କରିବା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଭୁଲ ବୁଝାମଣା ହୋଇପାରେ । ଆଜି କୌଣସି ଅତିରିକ୍ତ ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ, ବରଂ ନିଜ ଦାୟିତ୍ୱ ଉପରେ ଧ୍ୟାନ ଦିଅନ୍ତୁ ।
କୁମ୍ଭ (Aquarius)
କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ଦୈବୀ କୃପା ରହିବ, ଯାହାଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନରେ ଥିବା ମତାନ୍ତର ଦୂର ହେବ । ପ୍ରତିଯୋଗିତା ପରୀକ୍ଷା ଓ ଖେଳକୁଦରେ ଜୟଯୁକ୍ତ ହେବେ । ପ୍ରିୟଜନ ଓ ବନ୍ଧୁମାନଙ୍କ ଗହଣରେ ସମୟ ଆନନ୍ଦରେ କଟିବ । ଆଧ୍ୟାତ୍ମିକ ଓ ସାମାଜିକ ସମ୍ମିଳନୀରେ ଯୋଗଦେବାର ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ । ଆଗାମୀ ଭବିଷ୍ୟତ ପାଇଁ ନିଆଯାଇଥିବା ନିଷ୍ପତ୍ତି ଫଳପ୍ରଦ ହେବ ।
ମୀନ (Pisces)
ମୀନ ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ଅପୂର୍ବ ସଫଳତା ପାଇବେ, ଯାହା ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବା ସହ ମାନସିକ ଶାନ୍ତି ଫେରିଆସିବ । ଅଫିସ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ଆପଣଙ୍କର ଦୃଢ଼ ସଂକଳ୍ପ ବଳରେ କ୍ଷମତା ହାସଲ କରିବେ । କୃଷି, ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ଉନ୍ନତିର ପ୍ରବଳ ଯୋଗ ରହିଛି । ପ୍ରିୟଜନଙ୍କ ଠାରୁ କୌଣସି ଖୁସିର ସନ୍ଦେଶ ପାଇ ମନ ଆନନ୍ଦିତ ହେବ ।

Social Footer