ମେଷ
ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ ଏବଂ ଆପଣଙ୍କ ବ୍ୟକ୍ତିତ୍ବକୁ ସମାଜରେ ଏକ ନୂତନ ପରିଚୟ ମିଳିବ । ଘରେ ଅଚାନକ ଭାବରେ କୌଣସି ପ୍ରିୟ ଅତିଥିଙ୍କ ଆଗମନ ହୋଇପାରେ, ଯାହା ଫଳରେ ଘରର ବାତାବରଣ ଉତ୍ସବମୁଖର ରହିବ । ଆଜି ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ଓ ରୁଚି ବଢିବ ଏବଂ ଆପଣଙ୍କୁ ରୋଜଗାର କରିବାର ଅନେକ ନୂତନ ଅବସର ପ୍ରାପ୍ତ ହେବ । ଏହି ସମୟ ମଧ୍ୟରେ ଆପଣଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ ହେବ ଏବଂ ଆପଣ ଧର୍ମ-କର୍ମ ସହ ଜଡିତ ଜ୍ଞାନୀ ଲୋକମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ । ଆପଣଙ୍କ ଦ୍ଵାରା କରାଯାଇଥିବା କଠିନ ପରିଶ୍ରମର ଫଳ ନିଶ୍ଚିତ ରୂପରେ ସଫଳତା ଆଣିଦେବ । ଯଦି ଆପଣ କୌଣସି ବିଶେଷ ପ୍ରକଳ୍ପ ବା କାମରେ ଲାଗିଛନ୍ତି, ତେବେ ପୂର୍ଣ୍ଣ ଏକାଗ୍ରତା ରଖନ୍ତୁ, ବିଜୟ ସୁନିଶ୍ଚିତ ।
ବୃଷ
ଆଜି ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଅଳ୍ପ ସତର୍କ ରହିବାକୁ ପଡିବ, କାରଣ ସାମାନ୍ୟ ଅସାବଧାନତା ଯୋଗୁଁ କୌଣସି ପ୍ରକାରର ଆର୍ଥିକ କ୍ଷତି ହୋଇପାରେ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ପ୍ରତ୍ୟେକ ନିଷ୍ପତ୍ତି ବୁଝି ସୁଝି ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶରେ ନିଅନ୍ତୁ । ଆଜି ଦିନ ମଧ୍ୟରେ ଆପଣଙ୍କୁ କୌଣସି ଏକ ଗୁରୁତ୍ଵପୂର୍ଣ୍ଣ ସମାଚାର ମିଳିବ ଯାହା ଆପଣଙ୍କ କ୍ୟାରିୟର ପାଇଁ ଭଲ ହୋଇପାରେ । ପ୍ରେମ ବ୍ୟାପାରରେ ଆଜିର ଦିନ ଅତ୍ୟନ୍ତ ଅନୁକୂଳ ଅଟେ; ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି, ତେବେ ମନର କଥା କହିବା ପାଇଁ ଆଜି ଶ୍ରେଷ୍ଠ ଦିନ । ଆପଣଙ୍କର ଅନେକ ଦିନରୁ ଅଧୁରା ଥିବା ଇଚ୍ଛା ଆଜି ପୂର୍ଣ୍ଣ ହେବ । ଆଜି ଆପଣ କୌଣସି ରହସ୍ୟମୟୀ କିମ୍ବା ଗୂଢ ବିଷୟ ଉପରେ ଗବେଷଣା କରି ସଫଳାତା ହାସଲ କରିବେ ।
ମିଥୁନ
ଏହି ସମୟରେ ଆପଣ ଯେଉଁ ପ୍ରକାରର ପ୍ରୟାସ କିମ୍ବା କଠିନ ପରିଶ୍ରମ କରୁଛନ୍ତି, ସେଥିରେ ଆପଣଙ୍କୁ ନିଶ୍ଚିତ ରୂପରେ ଆଶାଜନକ ସଫଳତା ମିଳିବ । ଆଜି ଆପଣଙ୍କୁ କୌଣସି ଅଚଳ ସମ୍ପତ୍ତି ବା ପୈତୃକ ସମ୍ପତ୍ତିରୁ ବଡ଼ ଧରଣର ଲାଭ ମିଳିପାରେ । ତେବେ ପାରିବାରିକ କ୍ଷେତ୍ରରେ ଅଳ୍ପ ମନୋମାଳିନ୍ୟ କିମ୍ବା କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ । ଅଫିସ କାର୍ଯ୍ୟରେ ଆଜି ଅତ୍ୟନ୍ତ ସମ୍ଭାଳି ରହିବା ଉଚିତ, କାରଣ ଆପଣଙ୍କର କିଛି ସହଯୋଗୀ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଅଧିକ ମନ ଲଗାଇବେ, ଯାହା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ସାମଗ୍ରିକ ଭାବେ ଆପଣଙ୍କ ଜୀବନରେ ଆଜି ବହୁତ ଖୁସି ଆସିବାର ଯୋଗ ରହିଛି ।
କର୍କଟ
କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ବ୍ୟବସାୟ ବଢିବା ସହିତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହେବ । ଆପଣଙ୍କୁ ହଠାତ କୌଣସି ଅଜ୍ଞାତ ଉତ୍ସରୁ ଧନ ପ୍ରାପ୍ତି ହୋଇପାରେ, ଯାହା ଆପଣଙ୍କ ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବ । ଯଦି ଆପଣ ନୂଆ ଗାଡି କିଣିବାକୁ କିମ୍ବା ନୂଆ ଘର କ୍ରୟ କରିବା ପାଇଁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ପାଇଁ ଅଳ୍ପ ସମୟ ଅପେକ୍ଷା କରିବା ଭଲ ହେବ । ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଆଜି ସୌଭାଗ୍ୟର ଦିନ, ସେମାନଙ୍କୁ ନିଶ୍ଚିତ ଭାବେ ବଡ଼ ଲାଭ ମିଳିବ । ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବା ସହିତ ପଦ ପ୍ରତିଷ୍ଠା ମଧ୍ୟ ହେବ । ଆଜି ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି ।
ସିଂହ
ଆଜି ଆପଣ ଘରର କୌଣସି ଅଟକି ରହିଥିବା କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ଏବଂ ସେହି କାମରେ ସଫଳ ମଧ୍ୟ ହେବେ । ପ୍ରେମ ଓ ସମ୍ପର୍କ କ୍ଷେତ୍ରରେ ଆଜି ଆପଣଙ୍କୁ କୌଣସି ନୂଆ ଖୁସିର ଖବର ମିଳିପାରେ, ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିବ । ଆଜି ଆପଣଙ୍କ ମନରେ ବହୁତ ପ୍ରସନ୍ନତା ରହିବ । ଯଦି କୌଣସି ପୁରୁଣା ବାଦ-ବିବାଦ କିମ୍ବା ମାମଲା ଚାଲିଥାଏ, ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ଅଛି । ନିଜ କାମ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ ଏବଂ ସମୟାନୁସାରେ ସବୁ କାମ ଶେଷ କରିବାକୁ ଚେଷ୍ଟା କରନ୍ତୁ । ଯଦି ପରିବାରରେ କେହି ଆପଣଙ୍କ ବିରୋଧରେ ଯାଉଛନ୍ତି କିମ୍ବା ଅସୁବିଧା ସୃଷ୍ଟି କରୁଛନ୍ତି, ତେବେ ତାଙ୍କୁ ଯଥାଶୀଘ୍ର ସତର୍କ କରାଇ ଦିଅନ୍ତୁ ଯେପରି ସ୍ଥିତି ନିୟନ୍ତ୍ରଣ ବାହାରକୁ ନଯାଏ ।
କନ୍ୟା
ଏହି ରାଶିର ଲୋକମାନଙ୍କୁ ଆଜି ସେମାନଙ୍କର ପ୍ରିୟ ବନ୍ଧୁମାନଙ୍କ ତରଫରୁ କିଛି ମୂଲ୍ୟବାନ ଉପହାର ମିଳିପାରେ । ବନ୍ଧୁମାନଙ୍କ ଦ୍ଵାରା ଦିଆଯାଉଥିବା ଉପଦେଶ ବା ପରାମର୍ଶକୁ ଆଜି ଅଣଦେଖା କରନ୍ତୁ ନାହିଁ, କାରଣ ସେହି କଥା ଆପଣଙ୍କ ଭବିଷ୍ୟତ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସଚେତନ ରୁହନ୍ତୁ, କାରଣ ପାଗ ପରିବର୍ତ୍ତନ ଯୋଗୁଁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆଜି ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ଭାବରେ ସାଥ ଦେବ । ଆପଣ ଶିକ୍ଷା, ବ୍ୟବସାୟ କିମ୍ବା ଚାକିରି ଯେଉଁ କ୍ଷେତ୍ରରେ ବି ଅଛନ୍ତି, ସେଥିରେ ଆପଣଙ୍କୁ ଶୁଭ ଫଳ ମିଳିବ । ପ୍ରତ୍ୟେକ କାର୍ଯ୍ୟକୁ ଭାବିଚିନ୍ତି ଏବଂ ଗଭୀର ଭାବରେ ବୁଝି କରିବା ଦ୍ଵାରା ସଫଳତା ଆପଣଙ୍କ ପାଦ ଚୁମିବ ।
ତୁଳା
ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଅତ୍ୟନ୍ତ ସତର୍କତାର ସହ ନିଷ୍ପତି ନେବାକୁ ପଡିବ ଏବଂ ସଠିକ୍ ଯୋଜନା କରି କାମ କରିବା ଉଚିତ । ଆଜି ଦିନସାରା ଆପଣ ବହୁତ ଖୁସି ଓ ଉତ୍ସାହିତ ରହିବେ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ବିଶେଷ ଆକର୍ଷଣ ବଢିବ । ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ କିମ୍ବା କୌଣସି କ୍ଷେତ୍ରରେ ନୂଆ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କୁ ଭବିଷ୍ୟତରେ ଅନେକ ଲାଭ ପ୍ରଦାନ କରିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଗଣେଶ ହେଉଛନ୍ତି ସିଦ୍ଧି ଓ ଲାଭର ପ୍ରତୀକ, ଏବଂ ଆଗାମୀ ସମୟରେ ତାଙ୍କର ଅପାର କୃପା ଆପଣଙ୍କ ଉପରେ ରହିବ । ସେଥିପାଇଁ ଏହି ସମୟର ସଦୁପଯୋଗ କରି ନୂଆ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରନ୍ତୁ ।
ବିଚ୍ଛା
ବିଚ୍ଛା ରାଶିର ଯେଉଁ ବ୍ୟକ୍ତିମାନେ ଚାକିରି କରୁଛନ୍ତି, ଆଜି ତାଙ୍କ ପାଇଁ ଏକ ସଫଳତାପୂର୍ଣ୍ଣ ଦିନ ଅଟେ । ଆପଣଙ୍କ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ସମ୍ବନ୍ଧରେ କିଛି ଭଲ ଖବର ମିଳିପାରେ । ଆଜି ଆପଣ ନିଜର ମାତା-ପିତାଙ୍କ ସହ କୌଣସି ପବିତ୍ର ଧାର୍ମିକ ସ୍ଥାନ ବା ତୀର୍ଥ ସ୍ଥଳ ଭ୍ରମଣରେ ଯାଇପାରନ୍ତି । ଘରକୁ କୌଣସି ନୂଆ ବ୍ୟକ୍ତି କିମ୍ବା ନୂଆ ଅତିଥି ଆସିବାର ସମ୍ଭାବନା ଅଛି, ଯାହା ଦ୍ଵାରା ଘରର ମହିଳାମାନେ ଅତ୍ୟନ୍ତ ପ୍ରସନ୍ନ ରହିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ଭଲରେ ସମୟ ଅତିବାହିତ ହେବ । ଆପଣ ସ୍ଵଭାବତଃ ଅତ୍ୟନ୍ତ ଭାବୁକ ବା ଇମୋସନାଲ ହୋଇଥିବାରୁ ଲୋକମାନେ ଆପଣଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୁଅନ୍ତି, ନିଜର ଏହି ସଦଭାବନାକୁ ସର୍ବଦା ବଜାୟ ରଖନ୍ତୁ ।
ଧନୁ
ଆଜି ଆପଣଙ୍କ ଭିତରେ ଏକ ଅଦ୍ଭୁତ ଊର୍ଜା ବା ଶକ୍ତି ଦେଖିବାକୁ ମିଳିବ, ଯାହାକୁ ଆପଣ କୌଣସି ନୂଆ ଏବଂ ସକାରାତ୍ମକ କର୍ମରେ ବିନିଯୋଗ କରିବେ । ଆଜି ଆପଣଙ୍କ ସମୟ ପାଠପଢା ଏବଂ ଭଲ ରୁଚିପୂର୍ଣ୍ଣ କାମରେ ହିଁ ଅତିବାହିତ ହେବ । ବନ୍ଧୁମାନଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ ଏବଂ ଆପଣ ସେମାନଙ୍କ ଗହଣରେ ଭଲରେ ଦିନ କାଟିବେ । ଆବଶ୍ୟକ ସମୟରେ ଆପଣଙ୍କୁ ବନ୍ଧୁଙ୍କ ତରଫରୁ ପୂର୍ଣ୍ଣ ସହଯୋଗ ମିଳିବାର ଯୋଗ ରହିଛି । ସମସ୍ତଙ୍କ ସହିତ ଭଲ ବ୍ୟବହାର ରଖନ୍ତୁ ଏବଂ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ । କୌଣସି ପ୍ରକାରର ଅଯଥା କଥାବାର୍ତ୍ତା ବା ଯୁକ୍ତିତର୍କରୁ ଦୁରେଇ ରୁହନ୍ତୁ, ନଚେତ୍ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ ।
ମକର
ଆପଣ କରୁଥିବା କାମରେ ପରିବାର ଏବଂ ସମାଜର ସମସ୍ତେ ବହୁତ ଖୁସି ଓ ସନ୍ତୁଷ୍ଟ ହେବେ । ଏହି ସମୟରେ ଆପଣଙ୍କୁ ନିଜ ଉପରେ ଦୃଢ଼ ଆତ୍ମବିଶ୍ଵାସ ରଖିବାକୁ ପଡିବ, କାରଣ ଏହା ହିଁ ଆପଣଙ୍କୁ ଆଗକୁ ନେବ । ଆଜି ଆପଣଙ୍କ ପାଇଁ ଧନ ପ୍ରାପ୍ତିର ଶୁଭ ଯୋଗ ରହିଛି । କୌଣସି ଅନାବଶ୍ୟକ କଥା ବା ଗୁଜବରେ ଜମା ମନ ଦିଅନ୍ତୁ ନାହିଁ, ନିଜର ଲକ୍ଷ୍ୟ ଉପରେ ଏକାଗ୍ର ରୁହନ୍ତୁ । ଯଦି ଆପଣ କୌଣସି ଏକ ମହତ୍ଵପୂର୍ଣ୍ଣ କାମ କରିବାକୁ ଯାଉଛନ୍ତି, ତେବେ ମନରେ କୌଣସି ଭୟ ରଖନ୍ତୁ ନାହିଁ ଏବଂ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ଆପଣଙ୍କୁ ସବୁବେଳେ ଆପଣଙ୍କର ଗୁରୁ ଏବଂ ମୁରବୀମାନଙ୍କର ଆଶୀର୍ବାଦ ମିଳିବ, ଯାହା ଆପଣଙ୍କ ମାର୍ଗ ପ୍ରଶସ୍ତ କରିବ ।
କୁମ୍ଭ
ଆଜି ଆପଣଙ୍କ ଭିତରେ ଥିବା ସୁପ୍ତ ପ୍ରତିଭାକୁ ବାହାର କରିବାର ସୁଯୋଗ ମିଳିବ ଏବଂ ଆପଣ ଏହାକୁ ଭଲ କାମରେ ଲଗାଇବେ । ଆଜି ଆପଣ ସମାଜସେବା ବା କୌଣସି ଜନ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ପାଇବେ । ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସରକାରୀ ଚାକିରି ବା ସରକାରୀ କ୍ଷେତ୍ରରୁ କୌଣସି ବଡ଼ ଖୁସି ଖବର ଆସିପାରେ । ଆଜି ଆପଣ ଯେଉଁ କାମ ପାଇଁ ଯାତ୍ରା କରୁଛନ୍ତି ବା ଯେଉଁ ନୂଆ କାମ ହାତକୁ ନେଉଛନ୍ତି, ସେଥିରେ ନିଶ୍ଚିନ୍ତ ଭାବରେ ସଫଳ ହେବେ । ଚାକିରି କ୍ଷେତ୍ରରେ ଉନ୍ନତି ଏବଂ ପଦୋନ୍ନତିର ସୁଯୋଗ ଅଛି, ସଠିକ୍ ସମୟରେ ଏହାର ଉପଯୁକ୍ତ ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ ।
ମୀନ
ଆଜି ଆପଣଙ୍କର ଭାଇ, ଭଉଣୀ ଏବଂ ସାଙ୍ଗସାଥୀଙ୍କ ସହିତ ସମ୍ପର୍କ ଅତ୍ୟନ୍ତ ମଧୁର ରହିବ ଏବଂ ଦିନଟି ବହୁତ ଭଲରେ କଟିବ । ଆପଣ ସର୍ବଦା ନିଜର ପବିତ୍ର ମନରେ ଅନୁକୂଳ ଓ ସକାରାତ୍ମକ କାମ କରୁଥିବା ବ୍ୟକ୍ତି ଅଟନ୍ତି, ତେଣୁ ନିଜର ଏହି ଶକ୍ତିକୁ ଭଲ ଦିଗରେ ଲଗାନ୍ତୁ । ଦୀର୍ଘ ଦିନର ପରିଶ୍ରମର ମିଠା ଫଳ ଆଜି ଆପଣଙ୍କୁ ନିଶ୍ଚିନ୍ତ ଭାବେ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମାନ୍ୟ ସତର୍କତା ଆବଶ୍ୟକ, କାରଣ କୌଣସି ଛୋଟ ମୋଟ ଆଘାତ ବା ଖଣ୍ଡିଆ-ଖାବରା ହୋଇପାରେ । ସେଥିପାଇଁ ଯାତାୟାତ ଏବଂ କାର୍ଯ୍ୟ କରିବା ସମୟରେ ଅଳ୍ପ ଜଗି ରଖି ଚଳିବାକୁ ଚେଷ୍ଟା କରନ୍ତୁ ।

Social Footer