Upload Image

Upload Image

Breaking News

ଆଜିର ରାଶିଫଳ, ୧୬ ମାର୍ଚ୍ଚ ୨୦୨୬ ସୋମବାର, ଆଜିର ଦିନ ଏହି ୪ଟି ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ, ମହାଦେବଙ୍କ କୃପାରୁ ବଦଳିବ ଭାଗ୍ୟ


ମେଷ:-

​ଯଦି ଆପଣ ଅଧିକ ସମୟ ପାଇଁ କୌଣସି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଭବିଷ୍ୟତରେ ଆପଣଙ୍କୁ ଏଥିରୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ଅଟେ । କୌଣସି ପ୍ରକାର ଆବେଶରେ ଆସି ବଡ଼ ନିଷ୍ପତି ନିଅନ୍ତୁ ନାହିଁ, ଏହାଦ୍ୱାରା ଅସୁବିଧା ହୋଇପାରେ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଓ ଭୌତିକ ସୁଖ ସୁବିଧାରେ ଉନ୍ନତି ଆସିବ । ଲାଭର ଅନେକ ଅବସର ଆଜି ଆପଣଙ୍କ ହାତକୁ ଆସିବ । କାର୍ଯ୍ୟକୁଶଳତାକୁ ବଢାଇବା ପାଇଁ ନୂତନ ଟେକନିକର ସାହାରା ନିଅନ୍ତୁ । ପରିବାରର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ବିବାଦ ଠାରୁ ଦୂରେଇ ରହି ବିବେକର ସହ କାର୍ଯ୍ୟ କରନ୍ତୁ ।

ବୃଷ:-

​ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି ହେବ । ନିଜର ଚତୁରତା ଦ୍ୱାରା ଶତ୍ରୁକୁ ହାନି ପହଞ୍ଚାଇ ପାରନ୍ତି, ମାତ୍ର ସାମାନ୍ୟ ଶାରୀରିକ କଷ୍ଟର ସାମ୍ନା କରିବାକୁ ପଡିପାରେ । କୌଣସି ବ୍ୟକ୍ତି ସହ ମତାନ୍ତର କିମ୍ବା ବିବାଦ ହେବାର ସମ୍ଭାବନା ଅଛି, ତେଣୁ ସତର୍କ ରୁହନ୍ତୁ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ରହିଥିବା ପୁରୁଣା ବିବାଦର ଆଜି ସମାଧାନ ହୋଇଯିବ । ସାମାଜିକ କ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତତା ବଢିବ । ଆଜି ଆପଣଙ୍କ ଦିନ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କୌଣସି ପୁରୁଣା ବସ୍ତୁ କିମ୍ବା ନିବେଶ ଠାରୁ ଆଜି ଲାଭ ମିଳିବାର ଯୋଗ ଅଛି । ବ୍ୟବସାୟିକ ସମ୍ବନ୍ଧଗୁଡିକ ଭବିଷ୍ୟତ ପାଇଁ ଲାଭଦାୟକ ହେବ ।

ମିଥୁନ:-

​କର୍ମକ୍ଷେତ୍ରରେ କରିଥିବା ପରିଶ୍ରମର ଆଜି ଆପଣଙ୍କୁ ପୂରା ଫଳ ମିଳିବ । ଅନ୍ୟ କୌଣସି ବ୍ୟକ୍ତିଙ୍କ ଝଗଡ଼ା ବା ମାମଲା ଭିତରେ ମୁଣ୍ଡ ଖେଳାନ୍ତୁ ନାହିଁ । କୌଣସି ଘନିଷ୍ଠ ବ୍ୟକ୍ତି କିମ୍ବା ବନ୍ଧୁଙ୍କ ସହ ସାମାନ୍ୟ ବିବାଦ ହୋଇପାରେ, ତେଣୁ ସଞ୍ଜମତା ରକ୍ଷା କରନ୍ତୁ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ ଏବଂ ନୂତନ ସମ୍ପର୍କ ଗଢିଉଠିବ । ଧନ ଲାଭର ଅନେକ ଅବସର ମିଳିପାରେ । ନିଜକୁ ସତେଜ ଓ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । କାରୋବାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଆଜି ଆପଣ ବେଶ୍ ଆମୋଦ ପ୍ରମୋଦ ଭିତରେ ଦିନଟିକୁ କଟାଇବେ ।

କର୍କଟ:-

​ଦିନ ବିତିବା ସହ ଆପଣଙ୍କର ପୁରୁଣା ଆର୍ଥିକ ସମସ୍ୟାଗୁଡିକ ଧୀରେ ଧୀରେ ଦୂର ହୋଇଯିବ । ଆପଣଙ୍କୁ ଖୁସି କରିବା ପାଇଁ ଆଜି ମାତା-ପିତା ଓ ବନ୍ଧୁମାନେ ସମ୍ପୂର୍ଣ୍ଣ ଚେଷ୍ଟା କରିବେ । କୌଣସି ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ସାମାନ୍ୟ କାରଣରୁ ସମ୍ବନ୍ଧ ଖରାପ ହୋଇପାରେ, ଏଥିପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖାଦ୍ୟପାନରେ ନିୟନ୍ତ୍ରଣ ରଖିବା ଜରୁରୀ । ସନ୍ତାନର ଶିକ୍ଷା ଓ ବିବାହକୁ ନେଇ ମନରେ ସାମାନ୍ୟ ଚିନ୍ତା ରହିପାରେ । ଶତ୍ରୁମାନଙ୍କ ଗତିବିଧି ଠାରୁ ସାବଧାନ ରୁହନ୍ତୁ । ବେରୋଜଗାରି ଦୂର କରିବା ପାଇଁ କରୁଥିବା ପ୍ରୟାସରେ ଆଜି ହୁଏତ ଆଶାନୁରୂପ ସଫଳତା ମିଳିନପାରେ । ଆଜି ଦିନଟି ଆପଣଙ୍କ ପାଇଁ ଉତ୍ସାହରେ ପରିପୂର୍ଣ୍ଣ ରହିବ ।

ସିଂହ:-

​କୌଣସି ସ୍ଥାନରେ ବହୁ ଦିନରୁ ଅଟକି ରହିଥିବା ଧନ ଆଜି ଆପଣ ଫେରି ପାଇପାରନ୍ତି । ମନମୁତାବକ କୌଣସି ବିଳାସପୂର୍ଣ୍ଣ ବସ୍ତୁ କ୍ରୟ କରିବାର ଯୋଗ ରହିଛି । ଖାଦ୍ୟପାନରେ ରୁଚି ବଢିବ ଏବଂ ପରିବାର ସହ ସମୟ କଟାଇବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି କିଛି ଖାସ ରହିବ ନାହିଁ, ପଢାରେ ଅଧିକ ଧ୍ୟାନ ଦେବାକୁ ପଡିବ । କୌଣସି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ଓ ତାଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ସହ ଜଡିତ ସାମାନ୍ୟ ସମସ୍ୟା ଆସିପାରେ, ତେଣୁ ଅବହେଳା କରନ୍ତୁ ନାହିଁ । ନିଜ ବୁଦ୍ଧିର ସଠିକ୍ ପ୍ରୟୋଗ କଲେ କାର୍ଯ୍ୟରେ ସଫଳ ହେବେ ଏବଂ ମନ ପ୍ରସନ୍ନ ରହିବ ।

କନ୍ୟା:-

​ପୂର୍ବରୁ କରିଥିବା କୌଣସି ନିବେଶରୁ ଆଜି ଆଶାନୁରୂପ ଲାଭ ନମିଳି କ୍ଷତି ହୋଇପାରେ । କର୍ମକ୍ଷେତ୍ରରେ କାର୍ଯ୍ୟର ଦାୟିତ୍ଵ ବଢିପାରେ ଏବଂ କାର୍ଯ୍ୟ ପାଇଁ ଘରୁ ଦୂରକୁ ଯିବାକୁ ପଡିପାରେ । ପରିବାରରେ ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସହଯୋଗ ବୃଦ୍ଧି ପାଇବ । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ, ଏହାକୁ ଗୁପ୍ତ ରଖିବା ଶ୍ରେୟସ୍କର । କୌଣସି ଶୁଭ ଖବର ପୂରା ପରିବାରରେ ଖୁସି ଭରି ଦେବ । ଦୁଷ୍ଟ ପ୍ରବୃତିର ବ୍ୟକ୍ତିମାନଙ୍କ ଠାରୁ ଦୂରରେ ରୁହନ୍ତୁ । ଆୟ ସହିତ ଖର୍ଚ୍ଚ ବି ସମାନ ଭାବେ ବଢିବ । କୌଣସି ବି ପ୍ରକାରର ବିବାଦର ଅଂଶ ହୁଅନ୍ତୁ ନାହିଁ ଏବଂ ବିଦ୍ୟାର୍ଥୀମାନେ ପରିଶ୍ରମ ଜାରି ରଖନ୍ତୁ ।

ତୁଳା:-

​ଆଜି ସ୍ୱାସ୍ଥ୍ୟ ସାମାନ୍ୟ ନିମ୍ନ ରହିପାରେ, ତେଣୁ ନିଜର ଯତ୍ନ ନିଅନ୍ତୁ । ଘରୋଇ ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି, କିନ୍ତୁ ଏହା ସହିତ ଆମଦାନୀର ନୂତନ ପନ୍ଥା ବି ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ପ୍ରୟାସ କଲେ ସଫଳ ରହିବେ । କୌଣସି ଜଣେ ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରିବାର ଅବସର ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ହେବ । କୌଣସି ବିପଦପୂର୍ଣ୍ଣ ବା ଜୋଖିମ ଭରା କାର୍ଯ୍ୟ କରନ୍ତୁ ନାହିଁ, ଦୁର୍ଘଟଣାର ଭୟ ରହିଛି । ଧନ ପ୍ରାପ୍ତିର ରାସ୍ତା ସୁଗମ ହେବ । ବ୍ୟାପାରରେ ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରନ୍ତୁ, ଏହା ଦ୍ୱାରା ଉନ୍ନତି ହେବ ।

​ବିଚ୍ଛା:-

​ଆଜି କୌଣସି ଅଜଣା କଥାକୁ ନେଇ ମନରେ ଭୟ ରହିପାରେ । ଟଙ୍କା ପଇସା ନେବା ଦେବା ମାମଲାରେ ଶୀଘ୍ରତା କରନ୍ତୁ ନାହିଁ, ନଚେତ୍ କ୍ଷତି ସହିବେ । ଅନ୍ୟ କାହା ସହିତ ବି ମନୋମାଳିନ୍ୟ କିମ୍ବା ବିବାଦ ହୋଇପାରେ । ଘରେ ଅତିଥିଙ୍କ ଆଗମନ ଯୋଗୁଁ ଖୁସିର ମାହୋଲ ରହିବ । ପୁରୁଣା ମିତ୍ରମାନଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ବା ଝଗଡା ହୋଇପାରେ । ବ୍ୟପାର କ୍ଷେତ୍ରରେ କିଛି ଲାଭଦାୟକ ଚୁକ୍ତି ହାସଲ ହୋଇପାରେ । ସାମାନ୍ୟ ଆର୍ଥିକ ସମସ୍ୟା ସାମ୍ନାକୁ ଆସିପାରେ । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ମଧୁରତା ଆସିବ ଏବଂ ଶୁଭ ସମାଚାର ମିଳିବାର ପୂରା ସମ୍ଭାବନା ଅଛି ।

ଧନୁ:-

​ଆଜି ଆପଣ ପୁରୁଣା ଆର୍ଥିକ ମାମଲାରୁ ମୁକ୍ତି ପାଇବେ ଏବଂ ମନ ହାଲୁକା ରହିବ । ଚାଲିଥିବା ବିବାଦକୁ ଆପୋଷ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ତରଫରୁ କୌଣସି ପ୍ରକାର ସୁଖ କିମ୍ବା ଶୁଭ ଖବର ପ୍ରାପ୍ତ ହେବ । ସନ୍ଧ୍ୟା ସମୟରେ ନିଜର ସମସ୍ୟା ବିଷୟରେ ପରିବାର ସଦସ୍ୟଙ୍କ ସହ ଖୋଲାଖୋଲି କଥାବାର୍ତ୍ତା କରନ୍ତୁ । ସ୍ୱାସ୍ଥ୍ୟ ସାମାନ୍ୟ କମଜୋର ରହିପାରେ, ତେଣୁ ବିଶ୍ରାମ ନିଅନ୍ତୁ । ନୂତନ ରୋଜଗାର ପ୍ରାପ୍ତିର ଯୋଗ ରହିଛି ଏବଂ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । କୌଣସି କାରଣରୁ ବ୍ୟବସାୟିକ ଯାତ୍ରା ସ୍ଥଗିତ ହୋଇଯାଇପାରେ । ବନ୍ଧୁମାନଙ୍କ ଉପରେ ଅଧିକ ଅନ୍ଧବିଶ୍ଵାସ କରନ୍ତୁ ନାହିଁ ।

ମକର:-

​କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ଆକସ୍ମିକ ଭାବେ ମିଳିଥିବା ଖୁସି ଖବର ପୂରା ପରିବାରକୁ ସୁଖମୟ କରିଦେବ । ରୋମାଣ୍ଟିକ ମନୋଭାବ ଯୋଗୁଁ ଆପଣ ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିପାରନ୍ତି । ମିତ୍ରଙ୍କ ସହିତ କୌଣସି ବିଷୟକୁ ନେଇ ସାମାନ୍ୟ ଝଗଡା ହୋଇପାରେ । ଭୂମି କିମ୍ବା ଭବନ ସମ୍ବନ୍ଧିତ କାର୍ଯ୍ୟରେ କିଛି ବାଧା ଉପୁଜିପାରେ । ବ୍ୟବସାୟିକ କ୍ଷେତ୍ରରେ ବିସ୍ତାର କରିବେ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । କୌଣସି ଅପ୍ରିୟ ଖବର ମିଳି ମନ ଦୁଃଖ ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ସାବଧାନ ରୁହନ୍ତୁ ଏବଂ ଅପରିଚିତ ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ ।

କୁମ୍ଭ:-

​ଆଜି ଆପଣ କୌଣସି ଜଣେ ପ୍ରିୟ ସମ୍ପର୍କୀୟଙ୍କ ସହ ସାକ୍ଷାତ କରି ବହୁତ ଖୁସି ହେବେ । ଶାରୀରିକ ରୂପରେ ଆପଣ ବେଶ୍ ବଳଶାଳୀ ଓ ସକ୍ରିୟ ରହିବେ । ନିଜର ଭବିଷ୍ୟତ ଯୋଜନାକୁ କାହା ଆଗରେ ସାର୍ବଜନିନ କରନ୍ତୁ ନାହିଁ । ସନ୍ତାନ ତରଫରୁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭଲ ଉପଦେଶ ମିଳିପାରେ । କାର୍ଯ୍ୟର ଚାପ ଯୋଗୁଁ ଶାରୀରିକ କ୍ଳାନ୍ତ ଅନୁଭବ କରିପାରନ୍ତି । ସଠିକ ଜାଗାରେ ବୁଦ୍ଧିର ଉପଯୋଗ କରନ୍ତୁ, ଏହାଦ୍ୱାରା ପୂର୍ବରୁ ଫସି ରହିଥିବା ଟଙ୍କା ଫେରସ୍ତ ପାଇବେ । ବ୍ୟବସାୟିକ ଯାତ୍ରା ଆଜି ସଫଳ ହେବାର ଆଶା କମ ଅଛି । ପରିବାର ଲୋକଙ୍କ ସହିତ ମହତ୍ଵପୂର୍ଣ ସମୟ ଅତିବାହିତ କରିବେ ।

ମୀନ:-

​ଆଜି ଆପଣଙ୍କ ସମସ୍ତ କାର୍ଯ୍ୟ ସମାଜର କଲ୍ୟାଣ ଏବଂ ପରିବାରର ଉନ୍ନତି ନିମନ୍ତେ ଅଭିପ୍ରେତ ହେବ । ଆଜି ଆପଣ କିଛି ସାମାଜିକ ଦାନଧର୍ମ କରିପାରନ୍ତି କିମ୍ବା ନିଜ ପ୍ରିୟଜନଙ୍କ ପାଇଁ କୌଣସି ଉପହାର କିଣିପାରନ୍ତି । ଦିନଟି ବହୁତ ଆନନ୍ଦଦାୟକ ରହିବ । ବିଭିନ୍ନ ସୂତ୍ରରୁ ଲାଭ ମିଳିବା ଯୋଗୁଁ ଆପଣ ଖୁସି ରହିବେ । ମହିଳା ମିତ୍ରଙ୍କ ତରଫରୁ ମିଳିଥିବା ସହଯୋଗ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ପରିବାରରେ ହସଖୁସିର ପରିବେଶ ରହିବ ଏବଂ ଆପଣ ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ ।

Type and hit Enter to search

Close