ମେଷ ରାଶି:
ସ୍ଵାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବ, ଯାହା ଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ ଏବଂ କାର୍ଯ୍ୟ କରିବାକୁ ଶକ୍ତି ମିଳିବ। ସମାଜରେ ଗୁରୁଜନ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଓ ସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ସୁନାମ ଅର୍ଜନ କରିବେ। ନୂତନ ବାସସ୍ଥାନ କିମ୍ବା ଯାନବାହନ କ୍ରୟ କରିବାର ଶୁଭ ଯୋଗ ରହିଛି। କୃଷିଜିବୀ ମାନଙ୍କୁ ସରକାରୀ ଯୋଜନାରୁ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିବା ସହ ବହୁ ଦିନରୁ ବାକି ପଡିଥିବା ପୁରୁଣା ପ୍ରାପ୍ୟ ଆଦାୟ ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳାମାନେ ନିକଟସ୍ଥ ସ୍ଥାନକୁ ଭ୍ରମଣରେ ଯାଇ ଆନନ୍ଦ ଅନୁଭବ କରିବେ।
ବୃଷ ରାଶି:
ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସ୍ଵନାମ ଅର୍ଜନ କରିପାରିବେ। କୌଣସି ଅନୁଷ୍ଠାନିକ କାମରେ ଆପଣଙ୍କର ଦକ୍ଷତା ପାଇଁ ପ୍ରଶଂସାର ପାତ୍ର ହେବେ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ଅନ୍ୟମାନଙ୍କ ସହଯୋଗ ଦ୍ଵାରା ସଫଳତାର ଶୀର୍ଷକୁ ଯିବା ସମ୍ଭବ ହେବ। ଦୀର୍ଘ ଦିନର ବାଦ ବିବାଦ ଓ ମାଲି ମୋକଦ୍ଦମାର ସନ୍ତୋଷଜନକ ଅବସାନ ଘଟିବ। ନୂତନ କାର୍ଯ୍ୟ ଆରମ୍ଭ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦସ୍ଥ କର୍ମକର୍ତ୍ତା ମାନେ ଆପଣଙ୍କ କାର୍ଯ୍ୟକୁ ପରଖି ପାରନ୍ତି, ତେଣୁ ସତର୍କ ରୁହନ୍ତୁ। ମହିଳାମାନେ ନିଜର ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଯୋଗୁଁ ପରିବାର ଓ ସମାଜରେ ଯଶ ପାଇବେ।
ମିଥୁନ ରାଶି:
କର୍ମକ୍ଷେତ୍ରରେ ଆପଣଙ୍କର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଉପରିସ୍ଥ କର୍ମଚାରୀଙ୍କ ଦ୍ଵାରା ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ପାଇବା ସହ ନିଜ ଯୋଜନାରେ କୃତକାର୍ଯ୍ୟ ହେବେ। ମହିଳାମାନଙ୍କର ଅନେକ ଦିନର ଉଚ୍ଚ ଆଶା ସଫଳ ହେବ। ସନ୍ତାନମାନଙ୍କର ଶିକ୍ଷା ଓ କାର୍ଯ୍ୟକଳାପ ପ୍ରତି ଟିକେ ଦ୍ରୁଷ୍ଟି ରଖିବା ଶୁଭଦାୟକ ହେବ। ବ୍ୟବସାୟରେ ଆଖିଦୃଶିଆ ଉନ୍ନତି ଓ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସରକାରୀ କର୍ମଚାରୀମାନେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇ କାର୍ଯ୍ୟଭାରକୁ ସୂଚାରୁରୂପେ ତୁଲାଇବେ।
କର୍କଟ ରାଶି:
ବ୍ୟବସାୟିକ କାରବାରରେ ଲାଭର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଏବଂ ଯେ କୌଣସି ନୂତନ କାର୍ଯ୍ୟରେ ହାତ ଦେଲେ ସଫଳତା ସୁନିଶ୍ଚିତ ହେବ। ବୈଷୟିକ ବା ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ନୂଆ ସମାଧାନର ପନ୍ଥା ଖୋଜି ପାଇବେ। କୋର୍ଟ କଚେରୀ ମାମଲାରେ ଶତ୍ରୁ ବା ବିରୋଧୀମାନଙ୍କୁ ପରାସ୍ତ କରି ବିଜୟ ଲାଭ କରିବେ। ରାଜନୀତିରେ ମାନସମ୍ମାନ ଓ ପଦ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ। ବନ୍ଧୁମାନଙ୍କ ସହ ମନୋରଞ୍ଜନ କରିବା ସହ ଦୂର ଯାତ୍ରା କିମ୍ବା ବଡ଼ ସଭା ସମିତିରେ ଯୋଗ ଦେବାର ସୁଯୋଗ ମିଳିବ।
ସିଂହ ରାଶି:
ବ୍ୟବସାୟିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାଗୁଡ଼ିକ ଅନେକାଂଶରେ ଦୂର ହୋଇଯିବ। ବ୍ୟବସାୟରେ କିଛି ନୂତନ ଯୋଜନା କାର୍ଯ୍ୟକାରୀ କରିବା ଫଳରେ ଭବିଷ୍ୟତରେ ବିଶେଷ ଲାଭବାନ୍ ହେବେ। ଆପଣଙ୍କ ମଧ୍ୟରେ ଥିବା ସୁଗୁଣ ଓ କୀର୍ତ୍ତିଶାଳୀ ବ୍ୟକ୍ତିତ୍ୱର ବିକାଶ ଘଟିବ। ବିଭିନ୍ନ ଦିଗରୁ ଅପ୍ରତ୍ୟାଶିତ ସାହାଯ୍ୟ ଓ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଥିବା ମନାନ୍ତରର ଅନ୍ତ ଘଟିବ। ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଶୁଭଫଳ ମିଳିବା ସହ ଦୂର ସ୍ଥାନକୁ ଭ୍ରମଣ କରିବାର ସୁଯୋଗ ପାଇବେ। ମହିଳାମାନେ ନୂତନ ଅଳଙ୍କାର କ୍ରୟ କରିପାରନ୍ତି ଏବଂ ଜଣେ ଭଲ ବନ୍ଧୁଙ୍କୁ ପାଇ ଖୁସି ହେବେ।
କନ୍ୟା ରାଶି:
ଆଜି କୌଣସି ଜରୁରୀ ଯାତ୍ରା କଲେ ସେଥିରୁ ବିଶେଷ ଫାଇଦା ମିଳିବ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁ ଓ ଅଂଶୀଦାରଙ୍କ କାର୍ଯ୍ୟଶୈଳୀରେ ଆପଣ ସନ୍ତୁଷ୍ଟ ରହିବେ। ପରିବାର ସହ ଭୋଗ ବିଳାସ ଓ ଆରାମରେ ସମୟ ଅତିବାହିତ କରିବାର ଅବସର ମିଳିବ। ଋଣମୁକ୍ତି ପାଇଁ କରିଥିବା ଯୋଜନା ଏବେ ସଫଳ ହେବାକୁ ଲାଗିବ। ଶୁଭ ଲାଭ ମଧ୍ୟରେ ଆପଣ ନିଜ ଚତୁଃପାର୍ଶ୍ଵର ବାତାବରଣ ପ୍ରତି ସଚେତନ ରହିବେ। ମହିଳାମାନେ ପରିବାରରେ ଆଦର ପାଇବେ ଓ ସୁଖରେ ଦିନ କାଟିବେ। ରାଜନୀତିରେ ଜନସମ୍ପର୍କ ବୃଦ୍ଧି ପାଇବା ସହ ନିଜର ପ୍ରତିଷ୍ଠା ଓ ସମ୍ମାନ ବଢ଼ିବ।
ତୁଳା ରାଶି:
ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ ଭଲ, ଆଜି କାରବାରରୁ ପ୍ରଚୁର ଲାଭ ମିଳିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ଉତ୍ତମ ରୋଜଗାର କରିବାରେ ସଫଳ ହେବେ। ପୈତୃକ ସମ୍ପତ୍ତି କିମ୍ବା ଅନ୍ୟ କୌଣସି ଅଜ୍ଞାତ ଉତ୍ସରୁ ଧନ ପ୍ରାପ୍ତିର ଯୋଗ ରହିଛି। ଚାକିରୀ କ୍ଷେତ୍ରରେ ବଦଳି କିମ୍ବା ପଦୋନ୍ନତିର ସୂଚନା ମିଳିପାରେ। କୌଣସି ପୁରୁଣା ବିବାଦ ବା ମାଲିମକଦ୍ଦମାର ସମାଧାନ ହୋଇ ମନ ହାଲୁକା ହେବ। ରାଜନୀତିରେ ସହକର୍ମୀଙ୍କ ସହଯୋଗ ମିଳିବ, ଯାହା ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
ବିଛା ରାଶି:
ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ପ୍ରସାର ଓ ପ୍ରଚାର ଯୋଗୁଁ ଆଶାଠାରୁ ଅଧିକ ଲାଭ ମିଳିବ। ଆୟ ବୃଦ୍ଧି ପାଇବା ସହ ଅନାବଶ୍ୟକ ବ୍ୟୟ ହ୍ରାସ ପାଇବ, ଯାହା ଆର୍ଥିକ ସ୍ଥିତିକୁ ମଜଭୁତ କରିବ। ସମାଜ ସେବା ଓ ଧାର୍ମିକ ଅନୁଷ୍ଠାନ ସହ ଜଡିତ ହୋଇ ମାନସିକ ଶାନ୍ତି ପାଇବେ। ସରକାରୀ କର୍ମଚାରୀମାନେ ନିଜର ନିଷ୍ଠା ପାଇଁ ସମ୍ମାନିତ ହେବେ। ମହିଳାମାନଙ୍କୁ ପୈତୃକ ବା ଉତ୍ତରାଧିକାର ସୂତ୍ରରୁ ସମ୍ପତ୍ତି ମିଳିବାର ଶୁଭ ସଂକେତ ଅଛି। ମାଲି ମୋକଦ୍ଦମାରେ ଆପଣଙ୍କ ପକ୍ଷ ସବଳ ରହିବ ଏବଂ ରାଜନୀତିରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ।
ଧନୁ ରାଶି:
ପାରିବାରିକ ସ୍ତରରେ ଲାଗି ରହିଥିବା ଭାତୃ ବିବାଦ କିମ୍ବା ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ବହୁ ଦିନରୁ ରହିଥିବା ଆଶା ପୂରଣ ହେବ। ବ୍ୟବସାୟୀମାନେ ବାଣିଜ୍ୟ ବିସ୍ତାର ପାଇଁ ନୂତନ ପରିକଳ୍ପନା ପ୍ରସ୍ତୁତ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରିବେ ଏବଂ ନିଜ ସାହସ ବଳରେ ଜଟିଳ କାର୍ଯ୍ୟ ସମାଧାନ କରିବେ। ଚାକିରି କ୍ଷେତ୍ରରେ ପରିବେଶ ଅନୁକୂଳ ରହିବ। ପାରିବାରିକ ଶାନ୍ତି ବିରାଜମାନ କରିବା ସହ ସମାଜରେ ମାନସମ୍ମାନ ଓ ଖ୍ୟାତି ବୃଦ୍ଧି ପାଇବ।
ମକର ରାଶି:
ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ଏବଂ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଆଜି ଅଚାନକ ଧନ ପ୍ରାପ୍ତିର ସୁଯୋଗ ରହିଛି। ବ୍ୟବସାୟିକ ଚୁକ୍ତିପତ୍ର ସ୍ଵାକ୍ଷର ହୋଇପାରେ, ଯାହା ବ୍ୟାପାର ବିସ୍ତାରରେ ସହାୟକ ହେବ। ମୂଲ୍ୟବାନ ଦ୍ରବ୍ୟ ସଂଗ୍ରହ କରିବା ସହ ଗୃହ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହେବ। ପରିବାରର ଦାୟିତ୍ଵ ସୂଚାରୁରୂପେ ତୁଲାଇବେ। ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ରହିବା ସହ ମାନସିକ ଏକାଗ୍ରତା ବଜାୟ ରହିବ। ନୂତନ ଜମି କିମ୍ବା ଉଚ୍ଚମାନର ଗାଡ଼ି କିଣିବା ପାଇଁ ଦିନଟି ବହୁତ ଶୁଭ ଅଟେ।
କୁମ୍ଭ ରାଶି:
ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ପାଇଁ ସୁରକ୍ଷା କବଚ ସଦୃଶ କାମ କରିବ। ସମାଜସେବା ଓ ରାଜନୀତି କ୍ଷେତ୍ରରେ ସକ୍ରିୟ ରହି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ବିଭିନ୍ନ ମାଧ୍ୟମରୁ ଅର୍ଥାଗମ ହେବାର ଯୋଗ ରହିଛି। ଆପଣଙ୍କର ନ୍ୟାୟପ୍ରିୟତା ସମସ୍ତଙ୍କୁ ପ୍ରଭାବିତ କରିବ। ମହିଳାମାନେ ଅଫିସରେ ଥିବା ଜଟିଳ ସମସ୍ୟାକୁ ନିଜ ବୁଦ୍ଧି ବଳରେ ସମାଧାନ କରି ଉଚ୍ଚ ପ୍ରଶଂସିତ ହେବେ। ପ୍ରତିଷ୍ଠା ଓ ଖ୍ୟାତି ବୃଦ୍ଧି ପାଇବା ସହ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ କରିବେ।
ମୀନ ରାଶି:
ପାରିବାରିକ ଜୀବନରେ ସୁଖ-ଶାନ୍ତି ବଜାୟ ରହିବା ସହ ବନ୍ଧୁମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ। ନୂତନ ବ୍ୟବସାୟୀଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ଭବିଷ୍ୟତ ପାଇଁ ନୂଆ ଯୋଜନା କରିପାରିବେ। ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ମଧୁର ରହିବ। ଯଦି ଆପଣ ଋଣ ପାଇଁ ଆବେଦନ କରିଛନ୍ତି, ତେବେ ବ୍ୟାଙ୍କରୁ ସହଜରେ ଋଣ ମିଳିଯାଇପାରେ। ବନ୍ଧୁ ମିତ୍ରଙ୍କ ଠାରୁ ଆଦର ଓ ଉପହାର ପ୍ରାପ୍ତି ହେବ। ସନ୍ତାନମାନଙ୍କର କ୍ୟାରିୟର ବା କର୍ମକ୍ଷେତ୍ରରେ ସ୍ଥିରତା ଆସିବା ଫଳରେ ଆପଣ ଚିନ୍ତାମୁକ୍ତ ହୋଇ ଖୁସି ହେବେ।

Social Footer