ମେଷ ରାଶି (Aries)
ଆପଣଙ୍କ ପାଇଁ ଆଜିର ଦିନଟି ବହୁତ ଶୁଭ ରହିବ। ବିଶେଷ କରି ଯେଉଁମାନେ ନୂତନ ଜାଗା, ଜମି କିମ୍ବା ଉଚ୍ଚସ୍ତରୀୟ ବିଳାସପୂର୍ଣ୍ଣ ବାହନ କ୍ରୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଯୋଗାଯୋଗ କରିବାର ଏହା ଉପଯୁକ୍ତ ସମୟ। ପାରିବାରିକ ଜୀବନରେ ହସଖୁସି ଭରି ରହିବ ଏବଂ ଦାମ୍ପତ୍ୟ ସୁଖରେ ବୃଦ୍ଧି ଘଟିବ। ପ୍ରେମ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ ସଫଳତା ପାଇବେ। ତେବେ, ଅତ୍ୟଧିକ ଭୋଗ ବିଳାସ ଦ୍ରବ୍ୟ କ୍ରୟ କରିବା ଯୋଗୁଁ ଆର୍ଥିକ ସଙ୍କଟ ଦେଖାଦେଇପାରେ, ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ଆତ୍ମବିଶ୍ୱାସ ବଢିବ ଓ ପ୍ରଶଂସିତ ହେବେ। ବ୍ୟବସାୟରେ ମଧ୍ୟ ଉନ୍ନତିର ଯୋଗ ରହିଛି।
ବୃଷ ରାଶି (Taurus)
ବୃଷ ରାଶିର ବ୍ୟକ୍ତିମାନେ ଆଜି ବାଦ-ବିବାଦ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଜୟୀ ହେବେ। ସାକ୍ଷାତ୍କାର ଦେଉଥିଲେ ସଫଳତା ମିଳିବାର ସମ୍ଭାବନା ଅଧିକ। ବିଶେଷ କରି ପରିବହନ ଏବଂ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉତ୍ତମ ଫଳ ମିଳିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ଅଧିକ ଉତ୍ସାହିତ ହେବେ, ଯାହା ସେମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିବ। କଳା ଓ ସଂସ୍କୃତି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କୁ ସମ୍ମାନ ମିଳିବ ଏବଂ ଅନ୍ୟମାନେ ଆପଣଙ୍କ ଦ୍ୱାରା ପ୍ରେରିତ ହେବେ। କର୍ମକ୍ଷେତ୍ରରେ ସ୍ଥିରତା ବଜାୟ ରହିବ।
ମିଥୁନ ରାଶି (Gemini)
ଭୂମି କିମ୍ବା ବାହନ ସମ୍ବନ୍ଧୀୟ କାର୍ଯ୍ୟରୁ ଆଜି ଆପଣଙ୍କୁ ବଡ଼ ଧରଣର ଆର୍ଥିକ ଲାଭ ମିଳିପାରେ। ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି, ଯାହା ଆପଣଙ୍କ ମନକୁ ଶାନ୍ତି ଦେବ। ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବା ସହ କାଗଜପତ୍ର କାର୍ଯ୍ୟରେ ସତର୍କ ରହିଲେ ଫାଇଦା ମିଳିବ। ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନେ ନୂତନ ନିବେଶ ପାଇଁ ଯୋଜନା କରିପାରନ୍ତି। ସେୟାର ମାର୍କେଟରେ ନିବେଶ କରିବା ମଧ୍ୟ ଲାଭଦାୟକ ରହିବ।
କର୍କଟ ରାଶି (Cancer)
ଚାକିରି କ୍ଷେତ୍ରରେ ଆପଣଙ୍କର କଠିନ ପରିଶ୍ରମ ଯୋଗୁଁ ଉପରିସ୍ଥ ଅଧିକାରୀମାନେ ସନ୍ତୁଷ୍ଟ ରହିବେ। ପୁରୁଣା କୌଣସି ବିବାଦର ସମାଧାନ ହେବ ଏବଂ ଆପଣ ବିଜୟୀ ହେବେ। ଆଜି ଆପଣଙ୍କ ପାଇଁ ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ପରିଶ୍ରମର ଉଚିତ୍ ଫଳ ପାଇବେ। ଅଫିସରେ କୌଣସି ଜଟିଳ କାମରେ ଫସିଯାଇ ପାରନ୍ତି, କିନ୍ତୁ ଧୈର୍ଯ୍ୟ ରଖିଲେ ସମୟ ଅନୁଯାୟୀ ଅନେକ ସୁଯୋଗ ଆପଣଙ୍କ ହାତକୁ ଆସିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ କରାଯାଇଥିବା ଶ୍ରମ ସାର୍ଥକ ହେବ।
ସିଂହ ରାଶି (Leo)
ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। କୌଣସି ଧାର୍ମିକ କିମ୍ବା ତୀର୍ଥ ସ୍ଥାନ ଭ୍ରମଣ କରିବାର ସୁଯୋଗ ମିଳିପାରେ। କୌଣସି ଏକ ବିଶେଷ ବିଷୟକୁ ନେଇ ଗଭୀର ଚିନ୍ତାରେ ରହିପାରନ୍ତି। ପ୍ରେମ ଜୀବନରେ ଥିବା ବ୍ୟକ୍ତିମାନେ ପରସ୍ପରକୁ ଉପହାର ଦେଇ ସମ୍ପର୍କକୁ ଅଧିକ ମଜବୁତ କରିବେ। ପିତାମାତାଙ୍କ ସହଯୋଗ ଦ୍ୱାରା ଉନ୍ନତିର ନୂଆ ପଥ ଉନ୍ମୁକ୍ତ ହେବ। ଘର ଓ ଅଫିସର ପରିବେଶ ଆନନ୍ଦଦାୟକ ରହିବ। ସମ୍ପତ୍ତି ବ୍ୟବସାୟୀଙ୍କ ପାଇଁ ନୂତନ କ୍ଲାଏଣ୍ଟ ମିଳିବାର ସମ୍ଭାବନା ଅଛି।
କନ୍ୟା ରାଶି (Virgo)
ଆଜି କୌଣସି ବି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ, ବିନା ବିଚାରରେ କିଛି କରନ୍ତୁ ନାହିଁ। ଆଜି ସାମାଜିକ ଉତ୍ସବ କିମ୍ବା ପାର୍ଟିରେ ଯୋଗ ଦେବାର ସୁଯୋଗ ମିଳିପାରେ। ବ୍ୟବସାୟୀମାନେ ନୂତନ ପୁଞ୍ଜି ନିବେଶ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀମାନେ ନିଜ ପାଠପଢ଼ା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ। ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ମାନସିକ ଚାପରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତୁ। ବ୍ୟାପାର ଏବଂ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆଜି ପାଇଁ ଅତ୍ୟନ୍ତ ଜରୁରୀ।
ତୁଳା ରାଶି (Libra)
ବ୍ୟବସାୟୀମାନଙ୍କ ପାଇଁ ଏହା ଏକ ଉନ୍ନତି ଓ ଲାଭଦାୟକ ସମୟ। କେବଳ ଗୁରୁତ୍ୱପୂର୍ଣ୍ଣ ଏବଂ ଫାଇଦା ଦେଉଥିବା କାମ ଉପରେ ଧ୍ୟାନ ରଖନ୍ତୁ। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ସ୍ଥାନାନ୍ତରଣର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଛାତ୍ରମାନେ ସଫଳତା ପାଇବେ। ଯେତେ ଜଟିଳ କାମ ହେଲେ ମଧ୍ୟ ଆପଣ ତାକୁ ସହଜରେ ସମ୍ପୂର୍ଣ୍ଣ କରିପାରିବେ।
ବିଛା ରାଶି (Scorpio)
ଭବିଷ୍ୟତ ପାଇଁ କୌଣସି ବଡ଼ ଯୋଜନା ପ୍ରସ୍ତୁତ କରିବାକୁ ଆଜି ଅନୁକୂଳ ଦିନ। ଆର୍ଥିକ ଅବସ୍ଥା ମଜବୁତ ରହିବ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ମେଡିକାଲ ବା ଔଷଧ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ପ୍ରଚୁର ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ଆଶାଠାରୁ ଅଧିକ ସଫଳତା ମିଳିବ। ସମାଜରେ ନୂଆ ସମ୍ପର୍କ ପ୍ରତିଷ୍ଠା ହେବ ଏବଂ ବ୍ୟବସାୟିକ ପ୍ରତିଷ୍ଠା ବଢିବ।
ଧନୁ ରାଶି (Sagittarius)
ଆଜି ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କ ସମସ୍ତ କାର୍ଯ୍ୟକୁ ସଫଳ କରାଇବ। ପୂର୍ବରୁ କରିଥିବା ପରିଶ୍ରମର ମିଠା ଫଳ ଆଜି ମିଳିବ। ଅଫିସ କାର୍ଯ୍ୟରେ ଯଦି କିଛି ସନ୍ଦେହ ବା ଦ୍ୱନ୍ଦ୍ୱ ରହିଛି, ତେବେ ତାକୁ ସଫା କରନ୍ତୁ। କିଛି କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇପାରେ, କିନ୍ତୁ ବ୍ୟବସାୟିକ ସ୍ଥିତି ସାଧାରଣ ରହିବ। ଆଜି ଅତ୍ୟଧିକ ଲାଭ ଆଶାରେ ପଡ଼ନ୍ତୁ ନାହିଁ ଏବଂ କୌଣସି ବିବାଦୀୟ କଥାକୁ ଆଗକୁ ବଢ଼ାନ୍ତୁ ନାହିଁ।
ମକର ରାଶି (Capricorn)
ଆପଣଙ୍କ ଭିତରେ ଥିବା ରଚନାତ୍ମକ ଶକ୍ତି ଆଜି ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିବ। ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ। ବିବାହ ସମ୍ବନ୍ଧୀୟ ବିଷୟରେ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ। ସନ୍ତାନମାନଙ୍କ ସଫଳତା କିମ୍ବା କୌଣସି ଶୁଭ ଖବର ମିଳିବାରୁ ମନ ପ୍ରସନ୍ନ ରହିବ। ଆଇନ (Law) ପଢୁଥିବା ଛାତ୍ରଙ୍କ ପାଇଁ ଦିନଟି ବହୁତ ଭଲ। ଅଫିସରେ ସହକର୍ମୀଙ୍କ ସହ ବନ୍ଧୁତା ବଢିବ ଏବଂ ଉଚ୍ଚଶିକ୍ଷା ପାଇଁ ନୂତନ ସୁଯୋଗ ମିଳିପାରେ।
କୁମ୍ଭ ରାଶି (Aquarius)
ଆପଣଙ୍କର ଆୟ ଭଲ ହେବ, କିନ୍ତୁ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିବ ଯାହା ବଜେଟ୍ ଉପରେ ପ୍ରଭାବ ପକାଇପାରେ। ପରିବାରରେ ସୁଖ-ଶାନ୍ତି ଓ ସ୍ଥିରତା ବଜାୟ ରହିବ। ଚାକିରି ବା ବ୍ୟବସାୟରେ କିଛି ନୂତନତ୍ୱ ଆଣିବାକୁ ଚେଷ୍ଟା କଲେ ନିଶ୍ଚିତ ଭାବେ ଲାଭବାନ ହେବେ। ନିବେଶ କରିବା ପାଇଁ ଏହା ଏକ ଭଲ ସମୟ। କୌଣସି ମନଲାଖି କାମ ଅଚାନକ ହୋଇଯାଇପାରେ, ତେଣୁ ଖୁସି ରୁହନ୍ତୁ। ତରବର ହୋଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।
ମୀନ ରାଶି (Pisces)
ଆର୍ଥିକ ଦୃଷ୍ଟିକୋଣରୁ ଆଜି ଆପଣ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ। କୌଣସି ଦାମୀ କିମ୍ବା ବହୁମୂଲ୍ୟ ବସ୍ତୁ କ୍ରୟ କରିବା ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଏକ ବଡ଼ କାର୍ଯ୍ୟରେ ସଫଳତା ମିଳିବାରୁ ଅତ୍ୟଧିକ ଆତ୍ମସନ୍ତୋଷ ମିଳିବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାହା ଦ୍ୱାରା ସମ୍ପର୍କ ଭଲ ରହିବ। ପରିବାରରେ କୌଣସି ମଙ୍ଗଳମୟ କାର୍ଯ୍ୟ ହେବାର ସମ୍ଭାବନା ଅଛି। ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ।

Social Footer